Latest Odisha News

BREAKING NEWS

ଆଳୁ, ଟମାଟୋ ଦର ନିୟନ୍ତ୍ରଣ କରିବାକୁ ରାଜନୀତିରେ ଆସିନି: ଇମ୍ରାନ ଖାନ୍

ଇସଲାମାବାଦ: ପାକିସ୍ତାନରେ ଦରଦାମ ଏବେ ଆକାଶ ଛୁଆଁ । ଏ ନେଇ ସରକାର ବିରୋଧରେ ତେଜିବାରେ ଲାଗିଛି ଜନ ଅସନ୍ତୋଷ । ମାର୍ଚ୍ଚ 8ରେ ସଂସଦରେ ଇମ୍ରାନ ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆସିଛି । ରବିବାର ବିରୋଧୀଙ୍କୁ ଟାର୍ଗେଟ୍ କରି ଇମ୍ରାନ ଖାନ୍ ପଞ୍ଜାବ ପ୍ରଦେଶ (ପାକିସ୍ତାନ)ରେ ହାଫିଜାବାଦରେ ଏକ ରାଜନୈତିକ ରାଲିକୁ ସମ୍ବୋଧିତ କରି କହିଛନ୍ତି, ଦେଶ ସେହି ତତ୍ତ୍ୱମାନଙ୍କ ବିରୋଧରେ ଛିଡା ହେବ, ଯେଉଁମାନେ ‘ଧନବଳ’ ଜରିଆରେ ସରକାର ଭାଙ୍ଗିବାକୁ ଚେଷ୍ଟା କରୁଛନ୍ତି।

ଦେଶର ଯୁବପିଢ଼ିଙ୍କ ପାଇଁ ସେ ରାଜନୀତିରେ ଯୋଗ ଦେଇଛନ୍ତି ଏବଂ ଏପରି କରିବା ଦ୍ୱାରା ତାଙ୍କର କୌଣସି ବ୍ୟକ୍ତିଗତ ଲାଭ ହୋଇନାହିଁ। ସେ କହିଛନ୍ତି, ଆଳୁ ଓ ଟମାଟୋ ଦର ଜାଣିବାକୁ ମୁଁ ରାଜନୀତିକୁ ଆସିନାହିଁ। ଯଦି ଆମେ ଏକ ମହାନ ରାଷ୍ଟ୍ର ହେବାକୁ ଚାହୁଁଛୁ, ତେବେ ଆମକୁ ସତ ସହ ଛିଡା ହେବାକୁ ପଡ଼ିବ ଏବଂ ମୁଁ ଗତ 25 ବର୍ଷ ଧରି ତାହା ହିଁ ଶିଖାଉଛି।

ପାକିସ୍ତାନର ସାଧାରଣ ମୁଦ୍ରାସ୍ଫୀତି 24 ମାସର ସର୍ବୋଚ୍ଚ ସ୍ତରରେ ରହିଛି। ଏବେ ଖାଉଟି ମୂଲ୍ୟ ସୂଚକାଙ୍କ (ସିପିଆଇ) 13 ପ୍ରତିଶତ ରହିଛି। ପ୍ରାୟ ସମସ୍ତ ସାମଗ୍ରୀର ଦର ଅଧିକ ରହିଛି । 2020 ପରଠାରୁ ଏହା ହେଉଛି ସର୍ବାଧିକ ସିପିଆଇ ମୁଦ୍ରାସ୍ଫୀତି । ପୂର୍ବରୁ ସିପିଆଇ 14.6 ପ୍ରତିଶତ ଥିଲା।

ପାକିସ୍ତାନର ଗୃହମନ୍ତ୍ରୀ ଶେଖ୍ ରସିଦ୍ ରବିବାର କହିଛନ୍ତି, ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନଙ୍କ ବିରୋଧରେ ବିରୋଧୀ ଦଳ ଅନାସ୍ଥା ପ୍ରସ୍ତାବ ଆଣିଛନ୍ତି। ତେଣୁ ନ୍ୟାଶନାଲ ଆସେମ୍ବଲି (ସଂସଦ)ରେ ବାଚସ୍ପତି ମାର୍ଚ୍ଚ 15 ପରେ ସଂସଦର ନିମ୍ନ ସଦନ ଡାକିବେ । ହେଲେ ଅଧିବେଶନ କେବେ ଡାକିବେ ବାଚସ୍ପତି ମାର୍ଚ୍ଚ 15 ପରେ ନିଷ୍ପତ୍ତି ନେବେ ବୋଲି ସେ କହିଛନ୍ତି । ନିୟମ ଅନୁୟାୟୀ, ବାଚସ୍ପତି ମାର୍ଚ୍ଚ 22 ସୁଦ୍ଧା ଅଧିବେଶନ ଡାକିବାକୁ ପଡିବ। ମାର୍ଚ୍ଚ 8ରେ ବିରୋଧୀ ଦଳଗୁଡ଼ିକ ଅନାସ୍ଥା ପ୍ରସ୍ତାବ ଆଣିଥିଲେ।

Comments are closed.