Latest Odisha News

ପୁଣି ଭୟ ବଢ଼ାଇଲା କରୋନା: ଚୀନ୍, ଜର୍ମାନୀ, ବ୍ରିଟେନରେ ବଢୁଛି ସଂକ୍ରମିତଙ୍କ ସଂଖ୍ୟା

ବେଜିଂ: ପୁଣି ଭୟ ବଢ଼ାଇଲା କରୋନା । ଚୀନ୍, ଜର୍ମାନୀ ଓ ବ୍ରିଟେନରେ କରୋନାର ନୂଆ ଲହର ଦେଖିବାକୁ ମିଳିଛି । ସଂକ୍ରମଣ ବଢ଼ିବା ଯୋଗୁ ଚୀନ୍ ୯ ନିୟୁତ ଲୋକ ବସବାସ କରୁଥିବା ଚାଙ୍ଗଚୁନ ସହରରେ ଲକ୍‌ଡାଉନ୍ ଲାଗୁ କରିଛି । ନୂଆ ଲକ୍‌ଡାଉନ୍ ନିୟମ ଅନୁସାରେ, ପରିବାରର ସବୁ ସଦସ୍ୟଙ୍କୁ ଘରେ ରହିବାକୁ କୁହାଯାଇଛି

ପରିବାରର କେବଳ ଜଣେ ସଦସ୍ୟ ପ୍ରତି ଦୁଇଦିନରେ ଥରେ ବାହାରକୁ ଖାଦ୍ୟ ଓ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ କିଣିବାକୁ ଯାଇପାରିବେ । ଜର୍ମାନୀରେ ବି ସଂକ୍ରମଣ ବୃଦ୍ଧି ପାଇଛି । ଏଠାରେ ପ୍ରଥମ ଥର ପାଇଁ ଦୈନିକ ଅଢ଼େଇ ଲକ୍ଷ ନୂତନ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ବ୍ରିଟେନରେ ମଧ୍ୟ ସଂକ୍ରମଣ ବୃଦ୍ଧି ପାଇଛି । ମାର୍ଚ୍ଚ ମାସରେ ଦୈନିକ ସଂକ୍ରମଣ ହଠାତ୍ ବୃଦ୍ଧି ପାଇଛି । ଫଳରେ ହସ୍ପିଟାଲ‌ଗୁଡ଼ିକରେ ରୋଗୀ ସଂଖ୍ୟା ବୃଦ୍ଧି ପାଇଛି ।

Comments are closed, but trackbacks and pingbacks are open.