Latest Odisha News

ଧମକ ଦେଲା ପିସିବି:ଭାରତ ନ ଆସିଲେ ଆମେ ବିଶ୍ୱକପ ଖେଳିବାକୁ ଯିବୁନି

କରାଚୀ: ପାକିସ୍ତାନରେ ହେବାକୁ ଥିବା ଆଗାମୀ ଏସିଆ କପ କ୍ରିକେଟରେ ଭାରତୀୟ ଟିମ ଯିବ ନାହିଁ ବୋଲି ସଚିବ ଜୟ ଶାହ କହିବା ପରେ ବିବାଦର ସୂତ୍ରପାତ ହୋଇଛି । ପାକିସ୍ତାନ ବାହାରେ ଅନ୍ୟ କୌଣସି ନିରପେକ୍ଷ ଦେଶରେ ଏସିଆ କପ ଆୟୋଜନ କରାଯିବ । ବିସିସିଆଇର ଏହି ମନ୍ତବ୍ୟ ପରେ ପାକିସ୍ତାନ କ୍ରିକେଟରେ ହଇଚଇ ସୃଷ୍ଟି ହୋଇଛି । ଏହି ଟୁର୍ଣ୍ଣାମେଂଟ ମାଧ୍ୟମରେ ପିସିବି ମୋଟା ଅଙ୍କର ଅର୍ଥ ସହ ଅନ୍ୟ ଦେଶ ଖେଳିବାରେ କୌଣସି ଅସୁବିଧା ନାହିଁ ବୋଲି ମେସେଜ ଯାଇଥାନ୍ତା । ଶାହଙ୍କ ବୟାନ ସେମାନଙ୍କ ସ୍ୱପ୍ନକୁ ଧୂଳିସାତ କରିଛି । ଏହାର ଜବାବରେ ପିସିବି ପକ୍ଷରୁ କୁହାଯାଇଛି ଭାରତ ଯଦି ଏସିଆ କପ ଖେଳିବା ପାଇଁ ନ ଆସିବ ତାହାହେଲେ ଆମେ ପରବର୍ତୀ ଦିନିକିଆ ବିଶ୍ୱକପ ଖେଳିବାକୁ ଯିବୁନି ।

ଆଇସିସି ବୋର୍ଡ ବୈଠକରେ ଏହି କଥା ଆମେ ଉଠାଇବୁ ବୋଲି ସଭାପତି ରମିଜ ରାଜା କହିଛନ୍ତି । ତେବେ ଏହି ଲଢ଼େଇରେ ସବୁ ଦିଗରେ ପିସିବିର କ୍ଷତି ହେଉଥିବାରୁ ପୂର୍ବ ଥର ଭଳି ଶେଷରେ ଚୁପ ରହିବାକୁ ବାଧ୍ୟ ହେବ ।

Leave A Reply

Your email address will not be published.