Latest Odisha News

BREAKING NEWS

ବାତ୍ୟା ପାଇଁ ୭ ଜିଲ୍ଲାକୁ ଚିଠି ଲେଖି ସଜାଗ କଲେ SRC

ଭୁବନେଶ୍ୱର: ଉତ୍ତର ଆଣ୍ଡାମାନ ସାଗର ଓ ସଂଲଗ୍ନ ଅଞ୍ଚଳରେ ସୃଷ୍ଟ ଘୂର୍ଣ୍ଣିବଳୟ ୨୪ ଘଣ୍ଟାରେ ଲଘୁଚାପରେ ପରିଣତ ହେବ । ଏହା କ୍ରମଶଃ ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରି କେନ୍ଦ୍ରୀୟ ବଙ୍ଗୋପସାଗରରେ ୨୨ ସକାଳ ସୁଦ୍ଧା ଏକ ଅବପାତ ଓ ପରବର୍ତ୍ତୀ ୪୮ ଘଣ୍ଟାରେ ବାତ୍ୟାରେ ପରିଣତ ହେବା ନେଇ ପାଣିପାଗ ବିଭାଗ ଆକଳନ କରିଛି ।

ତେବେ ବାତ୍ୟା ହେଲେ କେଉଁ ଜିଲ୍ଲା ପ୍ରଭାବିତ ହେବ ସେନେଇ ଆକଳନ କରାଯାଇ ନାହିଁ । ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ସ୍ୱତନ୍ତ୍ର ରିଲିଫ୍ କମିଶନର ୭ଟି ଜିଲ୍ଲାକୁ ସଜାଗ କରିଛନ୍ତି । ଗଞ୍ଜାମ, ପୁରୀ, ଖୋର୍ଦ୍ଧା, ଜଗତସିଂହପୁର, ଭଦ୍ରକ, କେନ୍ଦ୍ରାପଡ଼ା ଓ ବାଲେଶ୍ୱର ଜିଲ୍ଲାର ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର ।

୨୩ ତାରିଖ ସକାଳ ଯାଏ ପାଗରେ ସେତେଟା ପରିବର୍ତ୍ତନ ଆସିବ ନାହିଁ । କିନ୍ତୁ ଲଘୁଚାପର ପ୍ରଭାବରେ ସମୁଦ୍ର ଅଶାନ୍ତ ରହିବା ସହ ପବନ ବଢ଼ିବ । ଘଣ୍ଟାପ୍ରତି ପବନର ବେଗ ୪୫ରୁ ୫୫ କିଲୋମିଟର ଏବଂ ଝଟକା ପବନର ବେଗ ଘଣ୍ଟାପ୍ରତି ୬୫ କିଲୋମିଟର ପର୍ଯ୍ୟନ୍ତ ରହିବ । ୨୨ ତାରିଖରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ବାରଣ କରାଯିବା ସହ କୂଳକୁ ଫେରି ଆସିବାକୁ କୁହାଯାଇଛି ।

Leave A Reply

Your email address will not be published.