ଖରାରେ ଯେତେବେଳେ ଆମେ ଘରୁ ଆସୁ ପ୍ରଥମେ ଥଣ୍ଡା ପାଣି ଖୋଜିଥାଉ। ପ୍ରବଳ ଗରମରୁ ରକ୍ଷା ପାଇବା ପାଇଁ
ଟିଏ ଫ୍ରିଜ ପାଣି ପିଇ ଦେଲେ ଆମକୁ ଶାନ୍ତି ଲାଗେ । ଏଥିପାଇଁ ଏହି ସମୟରେ ସମସ୍ତେ ପ୍ରାୟ ଥଣ୍ଡାପାଣି ପିଇବାକୁ ସମସ୍ତେ ଭଲ ପାଆନ୍ତି । ତେବେ ନିଜର ଶୋଷ ମେଣ୍ଟାଇବା ପାଇଁ ଯଦି ଆପଣ ଫ୍ରିଜରୁ ପାଣି କାଢି ପିଉଛନ୍ତି ତାହେଲେ ଜାଣି ନିଅନ୍ତୁ ଏହା ଆପଣଙ୍କ ଶରିରକୁ କେଉଁ ପ୍ରକାରର କ୍ଷତି ପହଞ୍ଚାଇ ପାରେ । ପ୍ରଥମତଃ ସଂକ୍ରମଣ କାରଣରୁ ଡାକ୍ତରମାନେ ଏବେ ଥଣ୍ଡା ପାଣି ପିଇବାକୁ ସମ୍ପୂର୍ଣ୍ଣ ଭାବେ ମନା କରିଛନ୍ତି ।
ଏହାସହିତ ଥଣ୍ଡା ପାଣି ଶରୀରକୁ ଅନ୍ୟାନ୍ୟ କ୍ଷତି ମଧ୍ୟ ପହଞ୍ଚାଇଥାଏ ତାହେଲେ ଆସନ୍ତୁ ଜାଣିବା ସେ ବିଷୟରେ । ଫ୍ରିଜ୍ ପାଣି ଶରିର ପାଇଁ ଅତ୍ୟନ୍ତ କ୍ଷତିକାରକ ହୋଇଥାଏ କାରଣ ଫ୍ରିଜରେ ପାଣି ସାଧାରଣ ତାପମାତ୍ରାରୁ କୃତ୍ରିମ ଉପାୟରେ ଥଣ୍ଡା ହୋଇଥାଏ। ଏହି ଥଣ୍ଡା ହୋଇଥିବା ପାଣିକୁ ଶରୀର ସହଜରେ ଗ୍ରହଣ କରି ପାରେନାହିଁ, । ଯାହାକି ଶରୀରକୁ ଗଲାପରେ କ୍ଷତି ପହଞ୍ଚାଇଥାଏ ।ଥଣ୍ଡାପାଣି ପିଇବା ଦ୍ଵାରା ଆମ ଶରୀର ଭିତରେ ଅନ୍ତନଳୀ ପ୍ରବଳ ଥଣ୍ଡା ହୋଇଯାଇଥାଏ । ଯାହାଦ୍ୱାରା ସେ ନିଜର କାମ ଠିକ୍ ଭାବେ କରିପାରିନଥାଏ । ପରିଣାମସ୍ୱରୂପ ଆମର ପେଟ ଠିକ୍ ଭାବେ ସଫା ହୋଇପାରି ନଥାଏ । ଥଣ୍ଡା ପାଣି ପିଇବା ଦ୍ଵାରା ଶରୀରରେ କୋଷ୍ଠକାଠିନ୍ୟ ଦେଖାଦେଇଥାଏ ।
ଯାହାଦ୍ୱାରା ଆପଣଙ୍କ ଶରୀରର ପୁରା ସିଷ୍ଟମ ବିଗିଡି ଯାଇଥାଏ । ଆୟୁର୍ବେଦରେ କୋଷ୍ଠକାଠିନ୍ୟକୁ ସମସ୍ତ ରୋଗର ମୂଳ ବୋଲି କୁହାଯାଇଛି ।ଥଣ୍ଡାପାଣି ପିଇବା ଦ୍ଵାରା ଆପଣଙ୍କ ଶରୀରର କୋଷିକା ଗୁଡିକ ଠିକ୍ ଭାବେ କାମ କରେନାହିଁ । ଯାହାର ପ୍ରଭାବ ମେଟାବୋଲିଜିମ୍ ଉପରେ ପଡିଥାଏ ଏବଂ ଏହା ଆପଣଙ୍କ ହାର୍ଟବିଟ଼୍ ମଧ୍ଯ କମ୍ କରିଦେଇପାରେ ।
Comments are closed.