Latest Odisha News

BREAKING NEWS

[ଦେଖନ୍ତୁ ଭିଡିଓ] ପଖାଳ ଦିବସ: ସହରର ବିଭିନ୍ନ ହୋଟେଲରେ ବିଶେଷ ପ୍ରସ୍ତୁତି

କଟକ :  ଓଡିଆର ପ୍ରିୟ ଖାଦ୍ୟ ହେଉଛି ପଖାଳ । ଘରେ ଘରେ ପରିଚିତ ପଖାଳ ଓଡିଆ ଜାତିର । ଏଥିପାଇଁ ପ୍ରତିବର୍ଷ ମାର୍ଚ୍ଚ ୨୦ ତାରିଖରେ ଏହି ଦିବସକୁ ପାଳନ କରିଥାନ୍ତି ପଖାଳ ଦିବସ ।

ଆଜି ପଖାଳ ଦିବସ ଥିବାରୁ କଟକର ବିଭିନ୍ନ ହୋଟେଲ୍, ରେଷ୍ଟୁରାଣ୍ଟରେ ବିଶେଷ ପ୍ରସ୍ତୁତି କରାଯାଇଥିଲା । ସହରବାସୀ ରେଷ୍ଟୁରାଣ୍ଟରେ   ପଖାଳ ଖାଇ ଏହାର ମଜା ଉଠାଇଥିଲେ। ଉଭୟ ଉଷୁନା ଏବଂ ଅରୁଆ ଚାଉଳର ପଖାଳରେ ଦହି , ଆମ୍ବକଷିଆ ଅଦା, ଭୁଷୁଙ୍ଗା ପତ୍ର, ଲଙ୍କା ଦିଆଯାଇ ଏକ ସ୍ୱତନ୍ତ୍ର ଭାବେ ପଖାଳକୁ ପ୍ରସ୍ତୁତ କରାଯାଇଥିଲା।

ତା ସାଙ୍ଗକୁ ନିରାମିଷ ଖାଦ୍ୟ ପରସା ଯାଇଥିଲା । ଆଉ ମାଛଭଜା, ଚିଙ୍ଗୁଡି,ମାଛ ଛେଚା ଆଦି ଆମିଷ ଖାଦ୍ୟର ସ୍ୱାଦ ଗ୍ରାହକଙ୍କୁ ବେଶ୍ ଆକୃଷ୍ଟ କରିଥିଲେ। ଅପରପଟେ ନିରାମିଷ ଖାଦ୍ୟ ୨୯୯ ଏବଂ ଆମିଷ ଖାଦ୍ୟ ୩୯୯ ଟଙ୍କାରେ ଏହି ପଖାଳର ଦର ରହିଛି । ଆଜିର ପଖାଳ ଦିବସ ପାଇଁ ବିଶେଷ ଆୟୋଜନ କରାଯାଇଥିଲା ।

ବର୍ତ୍ତମାନ ଖରାର ପ୍ରକୋପ ଧିରେ ଧିରେ ବୃଦ୍ଧି ପାଉଥିବା ବେଳେ ପଖାଳ ଖାଦ୍ୟର ବ୍ୟବସ୍ଥା କରିଛନ୍ତି ହୋଟେଲ୍ କର୍ତ୍ତୁପକ୍ଷ।

 

Comments are closed.