Latest Odisha News

BREAKING NEWS

ଭାରତ ସମ୍ମୁଖରେ ୨୪୨ ରନର ଲକ୍ଷ୍ୟ ରଖିଲା ପାକିସ୍ତାନ

ଦୁବାଇ: ଚଳିତ ଚାମ୍ପିୟନ୍ସ ଟ୍ରଫି କ୍ରିକେଟରେ ରବିବାର ଖେଳାଯାଉଥିବା ମହା ମୁକାବିଲାରେ ପାକିସ୍ତାନ ୨୪୨ ରନର ଲକ୍ଷ୍ୟ ଭାରତ ସମ୍ମୁଖରେ ରଖିଛି । ପ୍ରଥମେ ବ୍ୟାଟିଂ କରି ପାକିସ୍ତାନ ୪୯.୪ ଓଭରରେ ୨୪୧ ରନ କରି ଅଲଆଉଟ ହୋଇ ଯାଇଥିଲା । ପିଚ ଧୀମା ଏବଂ ବଲ ଟର୍ଣ୍ଣ କରୁଥିବାରୁ ପାକିସ୍ତାନ ବ୍ୟାଟ୍ସମ୍ୟାନ ଭାରତୀୟ ବୋଲରଙ୍କ ଉଚିତ ମୁକାବିଲା କରିପାରି ନ ଥିଲେ । ପାକିସ୍ତାନ ପକ୍ଷରୁ ସୌଦ ସକୀଲ ସର୍ବାଧିକ ୬୨ ରନ କରିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ମହମ୍ମଦ ରିଜୱାନ ୪୬, ଖୁସଦିଲ ଶାହ ୩୮, ବାବର ଆଜମ ୨୩ ଓ ଇମାମ ଉଲ ହକ ୧୦ ରନ କରିଥିଲେ । ଶକୀଲ ଓ ରିଜୱାନ ୧୦୪ ରନର ପାର୍ଟନରଶିପ ସଂଗ୍ରହ କରିବା ଫଳରେ ପାକିସ୍ତାନ ୨୦୦ରୁ ଊର୍ଦ୍ଧ୍ୱ ସ୍କୋର କରିପାରିଥିଲା ।

ଭାରତ ପକ୍ଷରୁ ସବୁଠାରୁ ସଫଳ ବୋଲର ଭାବେ କୂଲଦୀପ ଯାଦବ ୩ଟି ୱିକେଟ ନେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ହାର୍ଦ୍ଦିକ ପାଣ୍ଡ୍ୟା ୨ଟି ଏବଂ ହର୍ଷିତ ରାଣା, ରବୀନ୍ଦ୍ର ଜାଡେଜା ଓ ଅକ୍ଷର ପଟେଲ ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ । ଭାରତ ପ୍ରଥମ ମ୍ୟାଚରେ ବାଂଲାଦେଶକୁ ପରାସ୍ତ କରିଥିବା ବେଳେ ନ୍ୟୁଜିଲାଣ୍ଡ ନିକଟରୁ ପାକିସ୍ତାନ ପରାଜିତ ହୋଇଛି । ଭାରତ ଏହି ମ୍ୟାଚରେ ବିଜୟ ହାସଲ କଲେ ସହଜରେ ସେମିଫାଇନାଲରେ ପ୍ରବେଶ କରିବ ।

Comments are closed.