ଭୁବନେଶ୍ବର: ଇନଫିନିକ୍ସ ନିଜର ନୂଆ ମିଡ୍ ରେଞ୍ଜର ସ୍ମାର୍ଟଫୋନ୍ ଇନଫିନିକ୍ସ ନୋଟ୍ 50 (Infinix Note 50) ସିରିଜର ଲଞ୍ଚ ତାରିଖ ପ୍ରକାଶ କରିଛି । ଇନଷ୍ଟାଗ୍ରାମରେ ଅଫିସିଆଲ୍ ଟିଜର ପୋଷ୍ଟର ଅନୁଯାୟୀ, ଇନଫିନିକ୍ସ ଇଣ୍ଡୋନେସିଆ ବଜାରରେ ଆଗାମୀ ମାର୍ଚ୍ଚ ୩ରେ ଇନଫିନିକ୍ସ ନୋଟ୍ 50 ସିରିଜ୍ ଲଞ୍ଚ କରିବାକୁ ଯୋଜନା କରୁଛି। ଏହା ହେଉଛି ବ୍ରାଣ୍ଡର ନୂତନ ନୋଟ୍ ସିରିଜ୍ ମଡେଲ୍ ଏବଂ ଏଥିରେ Note 50 ଓ Note 50 Pro ମଡେଲ ଅନ୍ତର୍ଭୂକ୍ତ ହେବ।
ଏହି ନୂତନ ସ୍ମାର୍ଟଫୋନ୍ ଗୁଡିକ ଇନଫିନିକ୍ସ ଏଆଇ ଟେକ୍ନୋଲୋଜି ସହିତ ଲଞ୍ଚ ହେବ, ଯାହା ଏଆଇ ଉପରେ ଆଧାରିତ ଟୁଲ୍ସ ସହିତ ଫିଚର ପ୍ରଦାନ କରେ ।
ଏହି ମାସ ଆରମ୍ଭରେ, ଇନଫିନିକ୍ସ ନୋଟ୍ 50 ପ୍ରୋ ମଡେଲକୁ ଇଣ୍ଡୋନେସିଆରେ SDPPI ସାର୍ଟିଫିକେଶନରେ ଦେଖିବାକୁ ମିଳିଥିଲା । ଯଦିଓ ଟିଜର ଏହି ଫୋନ୍ ବିଷୟରେ ଅଧିକ ସୂଚନା ପ୍ରକାଶ କରେ ନାହିଁ, ପୂର୍ବ ଏଫସିସି ତାଲିକାରୁ ଅନେକ ତଥ୍ୟ ପ୍ରକାଶ ପାଇଛି ।
ଏହି ତାଲିକା ନିଶ୍ଚିତ କରେ ଯେ, ଇନଫିନିକ୍ସ ନୋଟ୍50 ର ମୋଟାଇ ୯ ମିମି ହେବ, ଏହା NFC, ଡୁଆଲ୍ ବ୍ୟାଣ୍ଡ ୱାଇଫାଇ ଏବଂ 45W ତାରଯୁକ୍ତ ଫାଷ୍ଟ ଚାର୍ଜିଂକୁ ସମର୍ଥନ କରିବ । ଗୋଟିଏ ମଡେଲର କ୍ୟାମେରା ମଡ୍ୟୁଲ୍ ଟିଜର ଭିଡିଓରେ ଦେଖାଯାଇଛି, ରିୟରରେ ଏକ ଟ୍ରିପଲ୍ କ୍ୟାମେରା ସେଟଅପ୍ ମିଳିବ । Infinix Note 50X, Note 50, Note 50 Pro ଓ Note 50 Pro+ 5G ସମେତ ଅନେକ ମଡେଲ୍ ଲଞ୍ଚ କରିବାକୁ ଯୋଜନା କରୁଛି । କିନ୍ତୁ କମ୍ପାନୀ ଏପର୍ଯ୍ୟନ୍ତ ମୂଲ୍ୟ ଜଣାଇ ନାହିଁ ।
Comments are closed.