ଦୁବାଇ: ଚାମ୍ପିୟନ୍ସ ଟ୍ରଫି କ୍ରିକେଟରେ ରବିବାର ଭାରତ ଓ ପାକିସ୍ତାନ ମଧ୍ୟରେ ହାଇ ଭୋଲଟେଜ ମୁକାବିଲା ଖେଳାଯାଇଛି । ଏହି ମ୍ୟାଚ ଅବସରରେ ଭାରତ ଏକ ଅଲୋଡା ରେକର୍ଡ କରିଛି । ଟିମ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମା ଟସ ହାରିଥିଲେ । ପାକିସ୍ତାନର ନେତୃତ୍ୱ ନେଉଥିବା ମହମ୍ମଦ ରିଜୱାନ ପ୍ରଥମେ ବ୍ୟାଟିଂ କରିବା ପାଇଁ ନିଷ୍ପତି ନେଇଥିଲେ । ଦିନିକିଆ କ୍ରିକେଟରେ କ୍ରମାଗତ ୧୨ଟି ମ୍ୟାଚରେ ଭାରତ ଟସ ହାରି ଏହି ଅଲୋଡା ରେକର୍ଡ କରିଛି । ନ୍ୟୁଜିଲାଣ୍ଡ ବିପକ୍ଷ ୨୦୨୩ ଦିନିକିଆ ବିଶ୍ୱକପ ମ୍ୟାଚ ପରଠାରୁ ଟିମ ଇଣ୍ଡିଆ ଟସ ଜିତିନି । ଏହା ପରେ ଭାରତ ବିଶ୍ୱକପ ଫାଇନାଲରେ ଦକ୍ଷିଣ ଆଫ୍ରିକାଠାରୁ ଟସ ହାରିଥିଲା ।
ଦକ୍ଷିଣ ଆଫ୍ରିକା , ଶ୍ରୀଲଙ୍କା ଓ ଇଂଲଣ୍ଡ ବିପକ୍ଷ ସିରିଜର ସମସ୍ତ ମ୍ୟାଚରେ ମଧ୍ୟ ଭାରତ ଟସ ହାରିଛି । ସେହିପରି ଚାମ୍ପିୟନ୍ସ ଟ୍ରଫିରେ ଭାରତ ଏ ପର୍ଯ୍ୟନ୍ତ ୨ଟି ମ୍ୟାଚ ଖେଳି ଟସ ହାରିଛି । ଏହା ପୂର୍ବରୁ ଏହି ରେକର୍ଡ ନେଦରଲାଣ୍ଡ ଟିମ ନାମରେ ରହିଥିଲା । ନେଦରଲାଣ୍ଡ ୨୦୧୧ରୁ ୨୦୧୩ ମଧ୍ୟରେ ୧୧ ଦିନିକିଆରେ ଟସ ଜିତି ପାରି ନ ଥିଲା ।
Comments are closed.