Latest Odisha News

BREAKING NEWS

ପାକିସ୍ତାନକୁ ଲାଗିଲା ଝଟକା, ଗ୍ରେ ଲିଷ୍ଟରେ ଇସଲାମବାଦ

ଇସଲାମବାଦ: ପାକିସ୍ତାନକୁ ପୁଣି ଲାଗିଛି ଝଟକା। ପାକିସ୍ତାନ ଆର୍ଥିକ ଆକ୍ସନ୍ ଟାସ୍କ ଫୋର୍ସ (FATF ଗ୍ରେ ଲିଷ୍ଟରେ) ବାହାରିବାକୁ ଦୀର୍ଘଦିନ ଧରି ପ୍ରଚେଷ୍ଟା ଚଳାଇଥିଲା। ହେଲେ ଏବେ ଏହି ପ୍ରଚେଷ୍ଟା ବିଫଳ ହୋଇଛି।

ବିଶ୍ୱ ଟେରର ଫଣ୍ଡିଂ ଉପରେ ନଜର ରଖୁଥିବା ସଂସ୍ଥା FATF ଏଭଳି ନିଷ୍ପତ୍ତି ନେଇଛି।

FATFର ସୂଚନା ଅନୁଯାୟୀ, ଆତଙ୍କବାଦ ବିରୋଧରେ ୨୭ ପଏଣ୍ଟ ଏଜେଣ୍ଡା ମଧ୍ୟରୁ ୩ଟି ପୂରଣ କରିବାରେ ପାକିସ୍ତାନ ସରକାର ବିଫଳ ହୋଇଛନ୍ତି।

ସୂଚନାଯୋଗ୍ୟ, ଆର୍ଥିକ ଟାସ୍କ ଫୋର୍ସ (FATF) ଜୁନ୍ ୨୦୧୮ ରେ ପାକିସ୍ତାନକୁ ‘ଗ୍ରେ ଲିଷ୍ଟ’ରେ ସ୍ଥାନିତ କରିଥିଲା ​​ଏବଂ ୨୦୧୯ ଶେଷ ସୁଦ୍ଧା ଅର୍ଥ ହେରଫେର ତଥା ଆତଙ୍କବାଦୀଙ୍କୁ ଫଣ୍ଡ ନଯୋଗାଇବା ନେଇ ଇସଲାମାବାଦକୁ ଏକ ଆକ୍ସନ ପ୍ଲାନ୍ କାର୍ଯ୍ୟକାରୀ କରିବାକୁ କହିଥିଲେ। ତେବେ କରୋନା ମହାମାରୀ ହେତୁ ଏହି ସମୟସୀମା ବୃଦ୍ଧି କରାଯାଇଥିଲା।

Leave A Reply

Your email address will not be published.