Latest Odisha News

BREAKING NEWS

ଜର୍ମାନୀ ସରକାରଙ୍କ ରିପୋର୍ଟ : ପାକିସ୍ତାନ ପରମାଣୁ ଅସ୍ତ୍ର କ୍ଷମତା ବୃଦ୍ଧି କରୁଛି

ନୂଆଦିଲ୍ଲୀ: ଜର୍ମାନୀ ସରକାରଙ୍କ ଏକ ଗୋଇନ୍ଦା ରିପୋର୍ଟ ଭାରତ ପାଇଁ ଚିନ୍ତାର କାରଣ ସାଜିଛି । ଉକ୍ତ ରିପୋର୍ଟରେ ଉଲ୍ଲେଖ କରାଯାଇଛି ଯେ, ପାକିସ୍ତାନ ପରମାଣୁ ଅସ୍ତ୍ର କ୍ଷମତା ବୃଦ୍ଧି କରୁଛି । ଏହାର ବ୍ୟବହାର ଭାରତ ବିପକ୍ଷରେ କରିବ ବୋଲି ଆନୁଆଲ ରିପୋର୍ଟ ଅଫ ଦି ଅଫିସ ଫର ଦି ପ୍ରୋଟେକସନ ଅଫ ଦି କନଷ୍ଟିଚ୍ୟୁଶନ ଫର ଦି ଜର୍ମାନୀ ଷ୍ଟେଟ ଅଫ ୱେଡେନ ବୁଟେମବର୍ଗରେ ଉଲ୍ଲେଖ କରାଯାଇଛି । ଚୀନ ଏଥିରେ ତାକୁ ଭରପୂର ସହଯୋଗ କରୁଛି ।

ରିପୋର୍ଟ ମୁତାବକ ପାକିସ୍ତାନ ପାଖରେ ଏବେ ୧୬୦, ଭାରତ ନିକଟରେ ୧୫୦ ଓ ଚୀନ ୩୨୦ ପରମାଣୁ ଅସ୍ତ୍ର ରଖିଛି । ଜଳ, ସ୍ଥଳ ଓ ଆକାଶ ପଥରେ ସହଜରେ କିପରି ଏହି ମାରତ୍ମାର ଅସ୍ତ୍ର ନିଆଯାଇପାରିବ ସେଥିନେଇ ଆବଶ୍ୟକ ଜ୍ଞାନକୌଶଳ ପାକିସ୍ତାନ ଯୋଗାଡ କରୁଛି । ପାକିସ୍ତାନ ବ୍ୟତୀତ ଇରାନ, ଉତରକୋରିଆ ଓ ସିରିୟା ମଧ୍ୟ ସେମାନଙ୍କ ପରମାଣୁ ଅସ୍ତ୍ର ସଂଖ୍ୟ ବୃଦ୍ଧି କରିବାରେ ଲାଗିଛନ୍ତି ।

Comments are closed.