Latest Odisha News

BREAKING NEWS

ଏସ. ଜୟଶଙ୍କରଙ୍କ ମନ୍ତବ୍ୟକୁ ନେଇ ଚିହିଁକିଲା ପାକିସ୍ତାନ…

ନୂଆଦିଲ୍ଲୀ: ଭାରତୀୟ ବୈଦେଶିକ ମନ୍ତ୍ରୀଙ୍କ ଦ୍ୱାରା ଦିଆଯାଇଥିବା ବିବୃତ୍ତି ଅତ୍ୟନ୍ତ ଉତ୍ତେଜନାପୂର୍ଣ୍ଣ, ଭିତ୍ତିହୀନ ଏବଂ ଦାୟିତ୍ୱହୀନ ବୋଲି ପାକିସ୍ତାନ ବୈଦେଶିକ କାର୍ଯ୍ୟାଳୟର ମୁଖପାତ୍ର ତାହିର ଆଦରାବି ଏକ ଲିଖିତ ବିବୃତ୍ତି ଜାରି କରି କହିଛନ୍ତି।

ଏହିପରି ମନ୍ତବ୍ୟକୁ ପାକିସ୍ତାନ ଖଣ୍ଡନ କରିବା ସହ ଏହାର କଡା ନିନ୍ଦା କରୁଥିବା ନେଇ ସେ କହିଥିଲେ। ତେବେ ପାକିସ୍ତାନ ଏକ ଦାୟିତ୍ୱବାନ ଦେଶ ହେବା ସହ ଏହାର ସଶସ୍ତ୍ର ବାହିନୀ ଜାତୀୟ ସୁରକ୍ଷାର ଏକ ସ୍ତମ୍ଭ ଅଟେ ଓ ଦେଶର ସାର୍ବଭୌମତ୍ୱ, ଜାତୀୟତା ଏବଂ କ୍ଷେତ୍ରୀୟ ଅଖଣ୍ଡତାକୁ ରକ୍ଷା କରିବାରେ ପାକିସ୍ତାନ ସହାୟ କରୁଥିବା ନେଇ ସେ କହିଛନ୍ତି।

ନିକଟରେ ଭାରତର ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ଏଚ୍.ଟି. ଲିଡରସିପ୍ ସମ୍ମିଳନୀରେ ଯୋଗଦେଇ ପାକିସ୍ତାନ ଏକ ଆତଙ୍କବାଦର ଦେଶ କହିବା ସହ ସେଠାରେ ଆତଙ୍କବାଦର ତାଲିମ ଶିବିର ଥିବା ନେଇ ସେ କହିଥିଲେ। ତେବେ ପାକିସ୍ତାନ ସେନା ଭାରତ ପ୍ରତି ପ୍ରାୟ ବୈଚାରିକ ଶତ୍ରୁତାର ନୀତି ରଖିଥିବା ନେଇ ମଧ୍ୟ ସେ କହିଥିଲେ।

ମେ ମାସରେ ଭାରତ-ପାକିସ୍ତାନ ବିବାଦକୁ ନେଇ ତାହିର କହିଥିଲେ ଯେ ମେ ୨୦୨୫ରେ ହୋଇଥିବା ବିବାଦ ପାକିସ୍ତାନ ସଶସ୍ତ୍ର ବାହିନୀର ବୃତ୍ତିଗତତା, ମାତୃଭୂମି ଏବଂ ପାକିସ୍ତାନୀ ଜନତାଙ୍କୁ ଭାରତୀୟ ଆକ୍ରମଣ ବିରୁଦ୍ଧରେ ରକ୍ଷା କରିବା ସହ ଏହା ସେମାନଙ୍କର ଉପଯୁକ୍ତ, ପ୍ରଭାବଶାଳୀ ଏବଂ ଦାୟିତ୍ୱପୂର୍ଣ୍ଣ ଭାବକୁ ଦର୍ଶାଇଥିଲା। ଏଥିସହିତ ଏପରି ଉତ୍ତେଜକ ବୟାନ ପାକିସ୍ତାନର ସମନ୍ୱୟ, ଶାନ୍ତି ଏବଂ ସ୍ଥିରତା ପ୍ରତି ଭାରତର ଅବହେଳାର ପରିମାଣକୁ ଦର୍ଶାଏ ବୋଲି ମଧ୍ୟ ସେ କହିଥିଲେ।

 

Comments are closed.