Latest Odisha News

୨୦୨୩ ଆଇସିସି ଦିନିକିଆ ବିଶ୍ୱକପ: ଭାରତକୁ ଟିମ ପଠାଇବା ପାଇଁ ଅନୁମତି ଦେଲା ପାକିସ୍ତାନ ସରକାର

ନୂଆଦିଲ୍ଲୀ: ୨୦୨୩ ଆଇସିସି ଦିନିକିଆ ବିଶ୍ୱକପ କ୍ରିକେଟ ଭାରତରେ ଆୟୋଜିତ ହେବ । ରବିବାର ପାକିସ୍ତାନ ସରକାର ଭାରତକୁ ଟିମ ପଠାଇବା ପାଇଁ ଅନୁମତି ପ୍ରଦାନ କରିଛନ୍ତି । ଦୁଇ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ରାଜନୈତିକ ସମ୍ପର୍କ ଭଲ ନ ଥିଲେ ମଧ୍ୟ ଏହାକୁ କ୍ରିକେଟ ସହିତ ଯୋଡିବା ଠିକ ହେବନି ବୋଲି କୁହାଯାଇଛି । ୨୦୧୬ ପରେ କୌଣସି ଟୁର୍ଣ୍ଣାମେଂଟ ଖେଳିବା ପାଇଁ ଭାରତ ଆସିବ ପାକିସ୍ତାନ ଟିମ । ସୂଚନାଯୋଗ୍ୟ, ପାକିସ୍ତାନରେ ଏସିଆ କପ ଖେଳିବା ପାଇଁ ଭାରତ ମନା କରି ଦେଇଥିଲା । ଫଳରେ ପାକିସ୍ତାନର ବିଶ୍ୱକପ ଖେଳିବା ନେଇ ସନ୍ଦେହ ସୃଷ୍ଟି ହୋଇଥିଲା ।

ପାକିସ୍ତାନ ସରକାର ଖେଳାଳିଙ୍କ ସୁରକ୍ଷା ନେଇ ଆଇସିସି ଓ ବିସିସିଆଇକୁ ଲିଖିତ ଭାବେ ଜଣାଇବାକୁ କହିଥିଲା । ଭାରତର ସୁରକ୍ଷା ବନ୍ଦୋବସ୍ତ ଦେଖି ଆଇସିସି ସନ୍ତୋଷ ବ୍ୟକ୍ତ କରିଛି । ଅକ୍ଟୋବର ୧୫ରେ ଭାରତ-ପାକିସ୍ତାନ ହାଇ ଭୋଲଟେଜ ମୁକାବିଲାକୁ ୧୪କୁ ଘୁଂଚାଇ ଦିଆଯାଇଛି । ୧୫ରେ ନବରାତ୍ରୀ ଥିବାରୁ ସୁରକ୍ଷା ଏଜେନ୍ସି ଚିନ୍ତା ବ୍ୟକ୍ତ କରିଥିଲେ ।

Comments are closed.