Latest Odisha News

BREAKING NEWS

କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ଘୋଷଣା କଲେ ଉମର ଗୁଲ

କରାଚୀ:ପାକିସ୍ତାନ ପେସ ବୋଲର ଉମର ଗୁଲ ଶନିବାର ଅନ୍ତର୍ଜାତୀୟ କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ଘୋଷଣା କରିଛନ୍ତି । ଗୁଲ୍ ପାକିସ୍ତାନ ପକ୍ଷରୁ ଶେଷ ଆନ୍ତର୍ଜାତୀୟ ମ୍ୟାଚ ୨୦୧୬ରେ ଖେଳିଥିଲେ । ଏଠାରେ ଚାଲିଥିବା ଟି୨୦ ଲିଗରେ ସେ ବେଲୁଚିସ୍ତାନର ପ୍ରତିନିଧିତ୍ୱ କରୁଥିଲେ । ତାଙ୍କ ଦଳ ସଦର୍ଣ୍ଣ ପଞ୍ଜାବଠାରୁ ହାରି ସେମିଫାଇନାଲରୁ ବିଦାୟ ନେଇଛି ।

୨୦୦୩ରେ ଗୁଲ୍ ଆନ୍ତର୍ଜାତୀୟ କ୍ରିକେଟରେ ପଦାର୍ପଣ କରିଥିଲେ । ୪୭ ଟେଷ୍ଟରେ ୧୬୩ ଓ ୧୩୦ ଦିନିକିଆରେ ୧୭୯ ଉଇକେଟ ଅକ୍ତିଆର କରିଛନ୍ତି । ଏହା ବ୍ୟତୀତ ୬୦ ଟି୨୦ରେ ୮୫ ଉଇକେଟ ନେଇଛନ୍ତି ।

Leave A Reply

Your email address will not be published.