Latest Odisha News

BREAKING NEWS

ଭାରତ ବିରୋଧରେ ଆକ୍ରମଣ ଷଡ଼ଯନ୍ତ୍ର ଅଭିଯୋଗ ଆଣିଲେ ପାକିସ୍ତାନ ବୈଦେଶିକ ମନ୍ତ୍ରୀ

ପାକିସ୍ତାନ ଉପରେ ହମଲା ଷଡ଼ଯନ୍ତ୍ର କରୁଛି ଭାରତ । ଏକଥା କହିଛନ୍ତି ପାକିସ୍ତାନ ବୈଦେଶିକ ମନ୍ତ୍ରୀ ମହମ୍ମୁଦ କ୍ୟୁରେସୀ । ଜିୟୋ ପାକିସ୍ତାନ ଟିଭି ଚ୍ୟାନେଲକୁ ସାକ୍ଷାତକାରରେ କ୍ୟୁରେସୀ କହିଛନ୍ତି, ଚୀନ୍ ସହ ସୀମା ବିବାଦ ଉପରୁ ଧ୍ୟାନ ହଟାଇବା ପାଇଁ ପାକିସ୍ତାନକୁ ଟାର୍ଗେଟ କରିଛି । ଭାରତ ଫଲ୍ସ ଫ୍ଲେଗ୍ ଅଫରେସନ୍ (ଏଭଳି ଶତ୍ରୁତାପୂର୍ଣ୍ଣ କାର୍ଯ୍ୟାନୁଷ୍ଠାନ, ଯେଉଁଥିରେ ଯିଏ କାର୍ଯ୍ୟାନୁଷ୍ଠାନ ନିଅନ୍ତି ସେମାନଙ୍କର ପରିଚୟ ଅସ୍ପଷ୍ଟ ରହିଥାଏ) ଆରମ୍ଭ କରିବା ପାଇଁ ବାହାନା ଖୋଜୁଛି । ତେବେ ତାଙ୍କ କଥାର କୌଣସି ପ୍ରମାଣ ଦେଇ ପାରି ନାହାନ୍ତି ମହମ୍ମୁଦ କ୍ୟୁରେସୀ ।

ଭାରତ-ଚୀନ ସୀମା ବିବାଦ ଓ ଗଲଓ୍ୱାନ ଘାଟିରେ ସଂଘର୍ଷରେ ୨୦ ଯବାନ ସହିଦ ହେବା ଘଟଣାରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସମାଲୋଚନା କରିଥିଲେ । ଏହାସହ ଭାରତକୁ କ୍ୟୁରେସୀ ଚେତାବନୀ ଦେଇ କହିଛନ୍ତି, ଏଭଳି କିଛି ଷଡଯନ୍ତ୍ର କଲେ କଡ଼ା ଜବାବ ଦେବ ପାକିସ୍ତାନ। ଏହାସହ ସେ କହିଛନ୍ତି ଭାରତରେ ପାକିସ୍ତାନ ଅଧିକାରୀ ଓ କର୍ମଚାରୀଙ୍କୁ ହଇରାଣ ହରକତ କରାଯାଉଛି ।

Leave A Reply

Your email address will not be published.