ନୂଆଦିଲ୍ଲୀ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫ୍ କାର୍ଗିଲ ଯୁଦ୍ଧ ସହ ଜଡିତ ଅନେକ ବଡ଼ ଖୁଲାସା କରିଛନ୍ତି। ପିଏମଏଲ-ଏନ ମୁଖ୍ୟ ନୱାଜ ସରିଫ୍ କହିଛନ୍ତି ଯେ ୧୯୯୯ ମସିହାର କାର୍ଗିଲ ଯୁଦ୍ଧ ପାକିସ୍ତାନ ସେନା ଦ୍ୱାରା ନୁହେଁ ବରଂ ସେନାର କିଛି ଜେନେରାଲଙ୍କ ଦ୍ୱାରା ଆରମ୍ଭ ହୋଇଥିଲା। ଯାହା ଫଳରେ ପାକିସ୍ତାନକୁ ବହୁତ ଅପମାନିତ ହେବାକୁ ପଡ଼ିଥିଲା।
ପାକିସ୍ତାନ ଡେମୋକ୍ରାଟିକ୍ ମୁଭମେଣ୍ଟର ତୃତୀୟ ରାଲିକୁ ସମ୍ବୋଧିତ କରି ନୱାଜ ସରିଫ କହିଛନ୍ତି ଯେ ଏହି ଯୁଦ୍ଧରେ ସେନାକୁ ବିନା ଅସ୍ତ୍ରଶସ୍ତ୍ରରେ ଯୁଦ୍ଧକୁ ପଠାଇ ଦିଯାଇଥିଲା। ସେ କହିଛନ୍ତି ଯେ, ଯେତେବେଳେ ସେ ଏ ବିଷୟରେ ସୂଚନା ପାଇଲେ, ସେତେବେଳେ ତାଙ୍କୁ ବହୁତ ଦୁଃଖ ଲାଗିଥିଲା।
ନୱାଜ ସରିଫ କହିଛନ୍ତି ଯେ କାର୍ଗିଲ ଯୁଦ୍ଧର ଆରମ୍ଭରେ ଆମର ଅନେକ ସୈନିକଙ୍କୁ ମାରି ଦିଆଯାଇଥିଲା ଏବଂ ଯେଉଁଥିରେ ପାକିସ୍ତାନ ସମଗ୍ର ବିଶ୍ୱ ସାମ୍ନାରେ ଅପମାନିତ ହୋଇଥିଲା। ତାହା ପାକିସ୍ତାନ ସେନା ଦ୍ୱାରା ନୁହେଁ ବରଂ ଏହା ସେନାର କିଛି ଜେନେରାଲଙ୍କ ଦ୍ୱାରା କରାଯାଇଥିଲା। ପାକ୍ ସୈନ୍ୟମାନଙ୍କୁ ବିନା ଭୋଜନ ଏବଂ ବିନା ଶସ୍ତ୍ରରେ ଯୁଦ୍ଧ କ୍ଷେତ୍ରକୁ ପଠାଯାଇଥିଲା। ଏହା ଅତ୍ୟନ୍ତ ନିନ୍ଦନୀୟ।
ନୱାଜ ଆହୁରି କହିଛନ୍ତି ଯେ କାର୍ଗିଲ ଯୁଦ୍ଧ ପଛରେ ସେହି ଜେନାରାଲ୍ ଥିଲେ ଥିଲେ, ଯିଏ ୧୨ ଅକ୍ଟୋବର ୧୯୯୯ରେ ଦେଶକୁ ପରାସ୍ତ କରି ସାମରିକ ଆଇନ ପ୍ରଣୟନ କରିଥିଲେ ଯାହା ଦ୍ୱାରା ସେ ନିଜ ଭୁଲ୍କୁ ଲୁଚାଇ ପାରିବେ ଏବଂ ଦଣ୍ଡରୁ ରକ୍ଷା ପାଇପାରିବେ।
ନୱାଜ ପରଭେଜ ମୁଶରଫଙ୍କ ଆଡକୁ ଇଙ୍ଗିତ କରି କହିଥିଲେ ଯେ ପରଭେଜ ମୁଶରଫ ଏବଂ ତାଙ୍କ ଲୋକମାନେ ବ୍ୟକ୍ତିଗତ ସ୍ୱାର୍ଥ ପାଇଁ ସେନା ବ୍ୟବହାର କରିଥିଲେ ଏବଂ ସେନାର ପ୍ରତିଷ୍ଠା ନଷ୍ଟ କରିଥିଲେ।
BREAKING NEWS
- Naxalites Surrender:୫୨ ହାର୍ଡକୋର ମାଓବାଦୀଙ୍କ ଆତ୍ମସମର୍ପଣ;ମୁଣ୍ଡରେ ରହିଛି ୧କୋଟି୪୧ ଲକ୍ଷ
- Iran tensions: ଇସ୍ରାଏଲ ଯାତ୍ରା ନେଇ ଆଡଭାଇଜରୀ ଜାରି କଲା ଭାରତ
- ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗରେ ଶିକ୍ଷକ ଗିରଫ
- ମିଶନ ଶକ୍ତି ଏବଂ ପର୍ଯ୍ୟଟନ ଓ ଆତିଥେୟତା ଦକ୍ଷତା ପରିଷଦ ମଧ୍ୟରେ ବୁଝାମଣା, ୪୦୦୦ ମହିଳାଙ୍କୁ ମିଳିବ…
- ପାଲକ ପନିରକୁ ନେଇ ବିବାଦ, ଭାରତୀୟ ଛାତ୍ରଙ୍କୁ ମିଳିଲା ୧.୮ କୋଟି…
- Indian coast guard: ଭାରତୀୟ ଜଳସୀମାରେ ଅନୁପ୍ରବେଶ କରୁଥିବା ପାକିସ୍ତାନୀ ଡଙ୍ଗା ଜବତ, ୯ ଗିରଫ
- ଇରାନରେ ବଢୁଛି ହିଂସା; କାଲିଠୁ ଉଦ୍ଧାର ହେବେ ଭାରତୀୟ..
- group clash: ଗୋଷ୍ଠୀ ସଂଘର୍ଷ ପରେ ଆସନ୍ତାକାଲି ସୁନ୍ଦରଗଡ଼ ସହରରେ ସବୁ ସ୍କୁଲ,କଲେଜ ବନ୍ଦ
- ଆଉ ଜଣେ ଠକ ଡାକ୍ତର ଗିରଫ; ମିଥ୍ୟା ବିବାହ ପ୍ରତିଶ୍ରୁତି ଦେଇ ମହିଳାଙ୍କ ପରିବାରଠୁ ୨୨ ଲକ୍ଷ ଠକେଇ
- ଘରେ ଅଗ୍ନିକାଣ୍ଡ ଘଟି ତିନି ଜଣ ଶିଶୁଙ୍କ ସମେତ ୬ଜଣ ଜୀବନ୍ତ ଦଗ୍ଧ
Comments are closed.