Latest Odisha News

BREAKING NEWS

ଖାଲି ପେଟରେ ପାଣି ପିଇବାର ଅଦ୍ଭୁତ ଚାମତ୍କାରିତା, ଜାଣନ୍ତୁ

ଭୁବନେଶ୍ୱର: ପ୍ରତ୍ୟେକ ବ୍ୟକ୍ତିଙ୍କୁ ପ୍ରତିଦିନ ଓ ସବୁ ଋତୁରେ ସକାଳେ ମୁଁହା ଧୋଇବା ପୂର୍ବରୁ ଏକ ଗ୍ଲାସ ପାଣି ପିଇବା ଆବଶ୍ୟକ

ରାତିରେ ଆମେ ଶୋଇବା ପରେ ଶରୀରର ସମସ୍ତ କ୍ରିୟା ଶିଥୁଳ ହୋଇଯାଇଥାଏ; କିନ୍ତୁ ଶରୀରର ଲାଳ ପ୍ରସ୍ତୁତ ହେବା ପ୍ରକ୍ରିୟା ଚାଲୁରହିଥାଏ। ମୁଖ ଭିତରେ ଥିବା ଏକଲକ୍ଷରୁ ଅଧିକ ସେମ୍ବଦ ଗ୍ରନ୍ଥି ଲାଳ ତିଆରି କରିଥାନ୍ତି ।

ବ୍ରାହ୍ମ ମୁହୂର୍ତ୍ତର ଯେଉଁ ଲାଳ ମୁଖରେ ଥାଏ, ତାହା ସବୁଠାରୁ ମୂଲ୍ୟବାନ ହୋଇଥାଏ । ପେଟର ଅମ୍ଳ ରାତିସାରା ତିଆରି ହୋଇ ବୃଦ୍ଧି ହୋଇଥାଏ । ପାଟିର ଲାଳ ଓ ପେଟର ଅମ୍ଳ ମିଶିଲେ ସମ ଅବସ୍ଥାରେ ରହିଥାଏ ।ଯାହାଦ୍ଵାରା ଶରୀର ୧୦୩ ପ୍ରକାର ରୋଗରୁ ରକ୍ଷା ହୋଇଥାଏ ।

ବୟସ୍କ ବ୍ୟକ୍ତି (୧୮ରୁ ୬୦ ବର୍ଷ) ଙ୍କ ପାଇଁ ସକାଳେ ୧ ରୁ ଦେଢ଼ ଲିଟର ପର୍ଯ୍ୟନ୍ତ ପାଣି ପିଇବା ଆବଶ୍ୟକ । ୧୮ରୁ ତଳକୁ ଏବଂ ୬୦ ବର୍ଷରୁ ଉପରକୁ ଯେଉଁମାନଙ୍କ ବୟସ ସେମାନଙ୍କ ପାଇଁ ୭୫୦ ମିଲି ଗ୍ରାମରୁ ୧ ଲିଟର ପର୍ଯ୍ୟନ୍ତ ପାଣି ପିଇପାରିବେ ।

ପାଣି ପିଇବା ବେଳେ ରାତିରେ ତମ୍ବା ପାତ୍ରରେ ପାଣି ରଖି ପିଇଲେ ଏହା ବ୍ୟାକେରିଆ ମୁକ୍ତ ହୋଇଥାଏ । ଶରୀରର ଅଜୀର୍ଣ୍ଣ ଓ କୋଷ୍ଠ କାଠିନ୍ୟ ରୋଗକୁ ମୂଳରୁ ଦୂର କରିଥାଏ ।

ପାଣି ପିଇଲା ବେଳେ କୁଳି କରି ବା ଘୁଟ୍ ଘୁଟ୍ କରି ପିଇବା ଦରକାର । ସକାଳେ ଉଷୁମ ପାଣି ପିଇବାର ଅଭ୍ଯାସ କଲେ ଶରୀରରେ ଥୁବା ବିଷାକ୍ତ ପଦାର୍ଥ ଦୂର ହୋଇଥାଏ । ଅତ୍ୟଧିକ ମୋଟା ବ୍ୟକ୍ତି ଧୀରେ ଧୀରେ ସ୍ଵାଭାବିକ ଅବସ୍ଥାକୁ ଫେରିଆସନ୍ତି ।

ସକାଳେ ବ୍ରାହ୍ମ ମୂହୁର୍ତରେ ମୁଖ ଧୋଇବା ପୂର୍ବରୁ ପାଟିର ଲାଳକୁ ପେଟ ଭିତରକୁ ଦେବା ଅତ୍ୟନ୍ତ ଆବଶ୍ୟକ ହୋଇଥାଏ ।ଏହି ଲାଳରେ ୧୮ ପ୍ରକାରର ସକ୍ରିୟ ଗୁଣତତ୍ତ ରହିଥାଏ , ଯାହା ମାଟିରେ ରହିଥାଏ । ସମସ୍ତ ପ୍ରକାରର ଚର୍ମ ରୋଗ ସକାଳର ଲାଳ ଦ୍ଵାରା ଦୂର ହୋଇଥାଏ ।

Leave A Reply

Your email address will not be published.