Latest Odisha News

BREAKING NEWS

ସ୍ଥଳସେନା ମୁଖ୍ୟଙ୍କୁ ପଦ ଛାଡିବାକୁ କହିବା ଯୁବକଙ୍କୁ ପଡ଼ିଲା ମହଙ୍ଗା; ୫ ବର୍ଷ ଜେଲ

କରାଚି: ସେନା ମୁଖ୍ୟ ଜେନେରାଲ କମର ଜାଭେଦ ବାଜୱାଙ୍କୁ ଇସ୍ତଫା ଦେବାକୁ କହିଥିବାରୁ ପାକିସ୍ତାନୀ ସେନାର ଜଣେ ଅବସରପ୍ରାପ୍ତ ପ୍ରମୁଖ ଜେନେରାଲଙ୍କ ପୁଅକୁ ୫ ବର୍ଷ ଜେଲ ଦଣ୍ଡାଦେଶ ହୋଇଛି। ପାକିସ୍ତାନର ଗୋଟିଏ ମିଲିଟାରୀ କୋର୍ଟ ତାଙ୍କୁ ୫ ବର୍ଷ ଜେଲ ଦଣ୍ଡରେ ଦଣ୍ଡିତ କରିଛନ୍ତି। ଜେଲଦଣ୍ଡ ପାଇଥିବା ଯୁବକ ଜଣଙ୍କ ପାକିସ୍ତାନ ସେନାର ଜଣେ ଅବସର ପ୍ରାପ୍ତ ମେଜର ଜେନେରାଲଙ୍କ ପୁଅ।

ଦୋଷୀ ସାବ୍ୟସ୍ତ ହୋଇ ଆର୍ମି ଷ୍ଟାଫ୍ ଜେନେରାଲ୍ ବାଜୱାଙ୍କୁ ଦିଆଯାଇଥିବା ସମ୍ପ୍ରସାରଣକୁ ସମାଲୋଚନା କରି ଏକ ଚିଠି ଲେଖି ସ୍ଥଳସେନା ମୁଖ୍ୟ ପଦରୁ ଇସ୍ତଫା ଦେବାକୁ କହିଥିଲେ।

ରିପୋର୍ଟରେ ଦର୍ଶାଯାଇଛି ଯେ ମିଲିଟାରୀ କୋର୍ଟ ମେଜର ଜେନାରାଲ(ଅବସରପ୍ରାପ୍ତ) ଜାଫର ମେହଦି ଅସ୍କାରୀଙ୍କ ପୁଅ ହାସନଙ୍କ ବିରୋଧରେ ରାଜଦ୍ରୋହ ମାମଲା ଲାଗିଛି।

ରିପୋର୍ଟ ଅନୁଯାୟୀ, ଚଳିତ ବର୍ଷ ଜୁଲାଇରେ ହୋଇଥିବା ଏକ ଶୁଣାଣିରେ ପାକିସ୍ତାନୀ ସାମରିକ କୋର୍ଟ ଦ୍ବାରା ହାସନଙ୍କ ମାମଲା ଲଢିବାକୁ ଜଣେ ଅଧିକାରୀଙ୍କୁ ନିଯୁକ୍ତ କରାଯାଇଥିଲା। ହାସନକୁ ଗିରଫ କରାଯାଇ ସହିୱାଲ ଜେଲରେ ରଖାଯାଇଥିଲା। ପୁଅକୁ ଭେଟିବାରେ ସେ ଅସୁବିଧାର ସମ୍ମୁଖୀନ ହେଉଥିବା ବାପା ଅଭିଯୋଗ କରିଥିଲେ।

Comments are closed.