Latest Odisha News

BREAKING NEWS

[ଭିଡିଓ] ଚର୍ଚ୍ଚାରେ ରହିଛି ଇଣ୍ଡିଗୋ ଫ୍ଲାଇଟ୍‌ରେ ଏହି ଚକିତକର ଘଟଣା

ଓଡିଶା ସମ୍ବାଦ ବ୍ୟୁରୋ: ଆମ ମଧ୍ୟରୁ ଅଧକାଂଶ ଲୋକେ ବିଭିନ୍ନ ଫ୍ଲାଇଟରେ ଯାତ୍ରା କରିଥିବେ । ଫ୍ଲାଇଟରେ ବସିଥିବା ସମୟରେ କେହି ବିମାନ ପରିଚାଳକ କିମ୍ବା ପରିଚାଳିକାଙ୍କ ଆନାଉନ୍ସମେଣ୍ଟ ଉପରେ ଧ୍ୟାନ ଦେଇନଥାନ୍ତି । ତେବେ ନିକଟରେ ଇଣ୍ଡିଗୋ ଫ୍ଲାଇଟର ବିମାନ ପରିଚାଳକଙ୍କ ଘୋଷଣା ସୋସିଆଲ୍ ମିଡିଆରେ ବହୁଳ ମାତ୍ରାରେ ଭାଇରାଲ୍ ହୋଇଛି ।

ଏହି ଭିଡିଓରେ ଫ୍ଲାଇଟର କ୍ୟାପ୍ଟେନ ଭୋଜପୁରୀ ଭାଷାରେ ଆନାଉନ୍ସମ୍ଟେ କରିବାରେ ନଜର ଆସିଛନ୍ତି । ଖାସ କରି ଭୋଜପୁରୀ ଭାଷା ପଶ୍ଚିମ ବିହାର, ପୂର୍ବ ଉତ୍ତରପ୍ରଦେଶ ଓ ଉତ୍ତର ପଶ୍ଚିମ ଝାଡଖଣ୍ଡରେ ପ୍ରଚଳିତ ହୋଇଥାଏ । ହେଲେ ଇଣ୍ଡିଗୋ ଫ୍ଲାଇଟ୍ ଆନାଉନ୍ସମେଣ୍ଟରେ ଏହି ଭାଷା ଶୁଣି ଅନେକ ଲୋକ ଚକିତ ହୋଇଥିଲେ । ଏହି ଭିଡିଓଟିକୁ ଜଣେ ଉଚ୍ଚପଦସ୍ତ ପ୍ରଶାସନିକ ଅଧିକାରୀ ଉତ୍ତୋଳନ କରିଥିଲେ ।

Leave A Reply

Your email address will not be published.