Latest Odisha News

BREAKING NEWS

ଆଜି ଅନନ୍ୟାଙ୍କ ଜନ୍ମଦିନ, ସାମିଲ ହେବେ କି ଆର୍ୟନ ?

ମୁମ୍ବାଇ : ଆଜି ବଲିଉଡ୍ ବିୟୁଟି ଅନନ୍ୟା ପାଣ୍ଡେଙ୍କ ଜନ୍ମଦିନ  । ୨୪ ବର୍ଷ ବୟସରେ ପାଦ ଦେଇଛନ୍ତି ଅନନ୍ୟା । ଏନେଇ ଅନନ୍ୟାଙ୍କୁ ବଲିଉଡ୍ ଜଗତରୁ ଶୁଭେଚ୍ଛାର ସୁଅ ଛୁଟିଛି । ହେଲେ ଆଜିର ବର୍ଥ ଡେ କୁ ଅନନ୍ୟା ପାଣ୍ଡେ ଡିଫେରେଣ୍ଟ ୱରେ ସେଲିବ୍ରେସନ କରିବେ ବୋଲି ଜଣାପଡ଼ିଛି। କାହିଁକି ନାଁ ଅନନ୍ୟାଙ୍କ ବନ୍ଧୁ ଆର୍ୟନ ବେଲ ହୋଇସାରିଛନ୍ତି।

ଆର୍ୟନଙ୍କ ଡ୍ରଗ କ୍ରୁଜ୍ ମାମଲାରେ ଅନନ୍ୟା ଫସିଥିଲେ ବୋଲି ଚର୍ଚ୍ଚା ଜୋର୍ ଧରିଥିଲା। ହେଲେ ଆଜି ଅନନ୍ୟା ତାଙ୍କ ୨୪ ତମ ବର୍ଥ ଡେ’ ସେଲିବ୍ରେସନ କରୁଛନ୍ତି । ହେଲେ ଏହି ବର୍ଥ ଡେ’ ପାର୍ଟିରେ ଆଜି ଆର୍ୟନ ଯୋଗଦେଇପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିଛି । ଜେଲରୁ ମୁକୁଳିବା ପରେ ଆଜି ଉଭୟ ଦେଖା ହୋଇପାରନ୍ତି ବୋଲି ସୂଚନା ମିଳିଛି।

ଅନ୍ୟପଟେ ଆର୍ୟନଙ୍କ ଭଉଣୀ ସୁହାନା ଓ ଅନନ୍ୟା ମଧ୍ୟ ବେଷ୍ଟ ଫ୍ରେଣ୍ଡ ଅଟନ୍ତି । ଅନେକ ପାର୍ଟିରେ ମଧ୍ୟ ଆର୍ୟନଙ୍କ ସହ ଅନନ୍ୟା ଓ ସୁହାନା ଏକାଠି ବୁଲୁଥିବା ନଜର ଆସିଛନ୍ତି । ହେଲେ ଆଜି ଆର୍ୟନ ପରିବାର ସହ ରହିବେ କି  ବନ୍ଧୁଙ୍କ ବର୍ଥ ଡେ ରେ ଯୋଗଦେବେ ସେନେଇ ଚର୍ଚ୍ଚା ଚାଲିଛି।

Leave A Reply

Your email address will not be published.