Latest Odisha News

କନ୍ନପ୍ପାର ନୂଆ ପୋଷ୍ଟର, ପ୍ରଭୁ ଶିବଙ୍କ ଅବତାରରେ ଅକ୍ଷୟ କୁମାର… 

ମୁମ୍ବାଇ: ସାଉଥ୍ ଫିଲ୍ମ ‘କନ୍ନପ୍ପା’ର ନୂଆ ପୋଷ୍ଟର ଜାରି କରାଯାଇଛି।ଏହି ଚଳଚ୍ଚିତ୍ରରେ ଅକ୍ଷୟ କୁମାର ମହାଦେବ ଭୂମିକାରେ ନଜର ଆସିବେ।

ନୂଆ ପୋଷ୍ଟରରେ ଖିଲାଡି କୁମାର ଗୋଟିଏ ହାତରେ ତ୍ରିଶୂଳ ଏବଂ ଅନ୍ୟ ହାତରେ ଡମ୍ବରୁ ଧରିଥିବାର ଦେଖାଯାଇଛି। ତାଙ୍କ କପାଳରେ ଭସ୍ମ ଲାଗିଛି। ଏହି ଫିଲ୍ମ ପୂର୍ବରୁ ଅକ୍ଷୟ ‘ଓ ମାଇ ଗଡ୍’ ଫିଲ୍ମରେ ଭଗବାନ ଶିବଙ୍କ ଭୂମିକାରେ ଅଭିନୟ କରିଥିଲେ। ପୁଣି ଥରେ ଭଗବାନ ଶିବଙ୍କ ଅବତାରରେ ଅକ୍ଷୟଙ୍କୁ ଦେଖି ପ୍ରଶଂସକମାନେ ବହୁତ ଖୁସି।

ତେବେ କନ୍ନପ୍ପାର ଲୁକ୍ ସେୟାର କରି ଅକ୍ଷୟ କୁମାର ଇନଷ୍ଟାଗ୍ରାମରେ ଲେଖିଛନ୍ତି, ” ଏହି ମହାକାବ୍ୟ କାହାଣୀକୁ ଜୀବନ୍ତ କରିବାର ସୁଯୋଗ ମିଳିଥିବାରୁ ଗର୍ବିତ। ଭଗବାନ ଶିବ ଆମକୁ ଏହି ଦିବ୍ୟ ଯାତ୍ରାରେ ମାର୍ଗଦର୍ଶନ କରନ୍ତୁ। ଓମ୍ ନମଃ ଶିବାୟ।”

ମୋହନ ବାବୁଙ୍କ ଦ୍ୱାରା ପ୍ରଯୋଜିତ କନ୍ନପ୍ପାରେ ବିଷ୍ଣୁ ମାଞ୍ଚୁ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି। ଏହି ପୌରାଣିକ ଚଳଚ୍ଚିତ୍ରରେ ପ୍ରଭାସ, ଅକ୍ଷୟ କୁମାର, ମୋହନଲାଲ, ଶରତକୁମାର, ମଧୁ, ମୋହନ ବାବୁ, କାଜଲ ଅଗ୍ରୱାଲ ଏବଂ ବ୍ରହ୍ମାନନ୍ଦମଙ୍କ ଭଳି କଳାକାରମାନେ ପ୍ରମୁଖ ଭୂମିକାରେ ନଜର ଆସିବେ। ତେବେ ଏହି ଫିଲ୍ମଟି ଚଳିତ ବର୍ଷ ଏପ୍ରିଲ ୨୫ରେ ମୁକ୍ତିଲାଭ କରିବ।

 

Comments are closed.