ନୂଆଦିଲ୍ଲୀ: ପାକିସ୍ତାନର ଅର୍ଥନୀତି ଦିନକୁ ଦିନ ଦୁର୍ବଳ ହେବାରେ ଲାଗିଛି । ସାଧାରଣ ଜନତା ଚଳିବା ନେଇ ଅତିଷ୍ଠ ହୋଇ ପଡିଲେଣି । ଏ ସବୁ ସତ୍ୱେ ପାକିସ୍ତାନ ଏହି ଦିଗ ପ୍ରତି ଧ୍ୟାନ ଦେବା ବଦଳରେ ପରମାଣୁ ଅସ୍ତ୍ର ପାଇଁ ଅର୍ଥ ଖର୍ଚ୍ଚ କରି ଚାଲିଛି । ଆମେରିକାର ପରମାଣୁ ବୈଜ୍ଞାନିକମାନେ ଜାରୀ କରିଥିବା ରିପୋର୍ଟରେ ଏହା ଉଲ୍ଲେଖ ରହିଛି । ପାକିସ୍ତାନ ପାଖରେ ଏବେ ୧୭୦ ପରମାଣୁ ଅସ୍ତ୍ର ରହିଛି । ୨୦୨୫ ସୁଦ୍ଧା ଏହାର ସଂଖ୍ୟା ୨୦୦ ପଂହଚିବ ବୋଲି ଆଶଙ୍କା ବ୍ୟକ୍ତ କରାଯାଇଛି । ୧୯୯୯ରେ ଆମେରିକା ଏଜେନ୍ସି ୨୦୨୦ ସୁଦ୍ଧା ପାକିସ୍ତାନ ୬୦ରୁ ୮୦ ପରମାଣୁ ଅସ୍ତ୍ର ନିର୍ମାଣ କରିବ ବୋଲି ଅନୁମାନ କରିଥିଲା । ମାତ୍ର ଅନୁମାନଠାରୁ ଅଧିକ ଅସ୍ତ୍ର ପାକିସ୍ତାନ ତିଆରି କରିଛି । ଯାହାକି ସମସ୍ତଙ୍କୁ ଚିନ୍ତାରେ ପକାଇଛି ।
ନ୍ୟୁକ୍ଲିୟର କ୍ଷମତା ସମ୍ପନ୍ନ ମିସାଇଲ ବେସ କେଉଁଠାରେ ଜଣା ପଡି ନ ଥିଲେ ମଧ୍ୟ ସାଟେଲାଇଟ ଚିତ୍ରରେ ୫ଟି ବେସ ଥିବା ସ୍ପଷ୍ଟ ହୋଇଛି । ଭୂମି ଓ ସମୁଦ୍ରରୁ ମାଡ କରିପାରୁଥିବା କ୍ରୁଜ ମିସାଇଲ ସିଷ୍ଟମର ଡେଭଲପ କରୁଛି । ଭାରତ ବାଲେଷ୍ଟିକ ମିସାଇଲର ଡେଭଲପ କରୁଥିବାରୁ ପାକିସ୍ତାନ ଏହାର ମୁକାବିଲା ପାଇଁ ଏହି ପଦକ୍ଷେପ ଗ୍ରହଣ କରିଛି । କାହୁତା ଓ ଗଡୱାଲରେ ପାକିସ୍ତାନ ୟୁରାନିୟମ ପ୍ଲାଂଟର ନିର୍ମାଣ କାର୍ଯ୍ୟ ପ୍ରାୟତଃ ଶେଷ କରି ସାରିଛି । ପାକିସ୍ତାନକୁ ଏଥିରେ ଚୀନ ସହଯୋଗ କରୁଛି । ଏହି ରିପୋର୍ଟ ପ୍ରକାଶ ପାଇବା ପରେ ଭାରତ ପକ୍ଷରୁ କିଛି ବୟାନ ଜାରୀ କରାଯାଇ ନାହିଁ ।
Comments are closed.