Latest Odisha News

BREAKING NEWS

କିମ ଜୋଙ୍ଗଙ୍କ ସହ ମିଶି ପାକିସ୍ତାନ ପରମାଣୁ ମିସାଇଲର କ୍ଷମତା ବଢ଼ାଉଛି !

ନୂଆଦିଲ୍ଲୀ: ଉତରକୋରିଆର ଏକଚ୍ଛତ୍ରବାଦ ଶାସକ କିମ ଜୋଙ୍ଗ ଉନ ଏବଂ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କ ବନ୍ଧୁତା ଭାରତକୁ ଚିନ୍ତାରେ ପକାଇଛି । ଚୀନର ସହଯୋଗରେ ପାକିସ୍ତାନ ଏବଂ ଉତରକୋରିଆ ପରମାଣୁ ମିସାଇଲ କ୍ଷମତା ବଢ଼ାଇବା ନେଇ କାର୍ଯ୍ୟ କରୁଥିବା ରିପୋର୍ଟ ପ୍ରକାଶ ପାଇଛି । ଭାରତୀୟ ସୁରକ୍ଷା ଏଜେନ୍ସିଙ୍କ ମତରେ ଉତରକୋରିଆର ୧୭୧୮ ଜାହାଜ ୩ ବର୍ଷ ମଧ୍ୟରେ ଅନେକ ଥର ପାକିସ୍ତାନ ଯାଇଛି । ପୂର୍ବରୁ ପାକିସ୍ତାନର ପରମାଣୁ ଅସ୍ତ୍ରର ଜନ୍ମାଦାତା ଅବଦୁଲ କାଦୀର ଖାଁ ଉତରକୋରିଆକୁ ଏହାର ଜ୍ଞାନକୌଶଳ ଯୋଗାଇଥିବା ଅଭିଯୋଗ ହୋଇଥିଲା ।

ଇତି ମଧ୍ୟରେ ଇରାନ ସହ ମଧ୍ୟ ପାକିସ୍ତାନ ବନ୍ଧୁତା ବଢ଼ାଇବାରେ ଲାଗିଛି । ଚୀନଠାରୁ ମାରାତ୍ମକ ରକେଟ ଏବଂ ଇରାନରୁ ହାଇଟେକ ରାଡାର କିଣିବା ଲକ୍ଷ୍ୟରେ ରହିଛି ପାକିସ୍ତାନ । ଚୀନ, ପାକିସ୍ତାନ, ଇରାନ ଏବଂ ଉତରକୋରିଆ ମଧ୍ୟ ସମ୍ପର୍କ ବୃଦ୍ଧି ପାଇବା ନେଇ ଭାରତ ସତର୍କ ହୋଇ ଉଠିଛି ।

Leave A Reply

Your email address will not be published.