Latest Odisha News

BREAKING NEWS

ବିଏମ୍‌ସିକୁ ଆଉ ୨୦ କୋଟି

ଭୁବନେଶ୍ୱର: ବିଏମ୍‌ସିକୁ ଆଉ୨୦ କୋଟି ଟଙ୍କା ପ୍ରଦାନ । କୋଭିଡ ପରିଚାଳନା ନେଇଁ ମୁଖ୍ୟମନ୍ତ୍ରୀ ୨୦କୋଟି ଟଙ୍କା ମଞ୍ଜୁରୀ କରିଛନ୍ତି । ଭୁବନେଶ୍ୱରରେ କୋଭିଡ଼ ମହାମାରୀର ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୨୦କୋଟି ଟଙ୍କା ମଞ୍ଜୁରୀ କରିଛନ୍ତି । ଏଥିପାଇଁ ଭୁବନେଶ୍ୱର ମହାନଗର ନିଗମକୁ ୭୭କୋଟି ଟଙ୍କା ଦିଆଯାଇଛି ।

ଭୁବନେଶ୍ୱରରେ ରାଜ୍ୟର ସର୍ବାଧିକ କୋଭିଡ଼ ହସ୍ପିଟାଲ ରହିଛି ଏବଂ ଚିକିତ୍ସିତ ରୋଗୀଙ୍କ ସଂଖ୍ୟା ମଧ୍ୟ ଏଠାରେ ସର୍ବାଧିକ । ଚିକିତ୍ସା ପାଇଁ ରାଜ୍ୟର ବିଭିନ୍ନ ଅଞ୍ଚଳରୁ କୋଭିଡ଼ ରୋଗୀ ଭୁବନେଶ୍ୱରକୁ ଆସିଥାନ୍ତି । ତେଣୁ ଭୁବନେଶ୍ୱରର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏହି ଅର୍ଥ ମଞ୍ଜୁର କରାଯାଇଛି ।

Leave A Reply

Your email address will not be published.