Latest Odisha News

BREAKING NEWS

ଇମ୍ରାନଙ୍କ ଗିରଫଦାରୀ ପରେ ଜଳୁଛି ପାକିସ୍ତାନ; ସେନା ମୁଖ୍ୟ କାର୍ଯ୍ୟାଳୟ ଉପରେ ଆକ୍ରମଣ, ୬ ମୃତ

ଇସଲାମବାଦ: ଜଳୁଛି ପାକିସ୍ତାନ । ଜଳାପୋଡା, ଗୁଳି ମାଡ । ଇମ୍ରାନଙ୍କ ଗିରଫଦାରୀ ପରେ ସାରା ଦେଶରେ ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇଛି ।   ମୁହାଁମୁହିଁ ହୋଇଛନ୍ତି ସେନା ଏବଂ ଇମ୍ରାନ ସମର୍ଥକ । ପୂର୍ବତନ ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କୁ ଗତକାଲି କୋର୍ଟ ପରିସରରୁ ଉଠାଇ ନେବା ପରେ ଅଶାନ୍ତ ହୋଇ ପଡିଛି ପାକିସ୍ତାନ ।

ଇମରାନ୍ ଖାନଙ୍କ ଗିରଫଦାରୀ ପରେ ସେନା ମୁଖ୍ୟ କାର୍ଯ୍ୟାଳୟ ଉପରେ ଆକ୍ରମଣ ହୋଇଛି। ତେହରିକ ଇ ଇନସାଫ (PTI) ସମର୍ଥକମାନେ ଦଙ୍ଗା ସୃଷ୍ଟି କରିଛନ୍ତି। ଦେଶରେ ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇଛି । ବିଭିନ୍ନ ସ୍ଥାନରେ ହିଂସାରେ  ୬ ଜଣଙ୍କ ମୃତ ଘଟିଥିବା ଖବର ଆସିଛି ।  ଏକାଧିକ ଆହତ ହୋଇଛନ୍ତି।    କ୍ୱେଟା, ଫୈସଲା ବାଦ୍, ଚକଦ୍ୱାର ସ୍ୱାଟ ଓ ଲାହୋରଠାରେ ହିଂସା ଘଟି ଜଣେ ଲେଖାଏଁ ମୃତ୍ୟୁ ବରଣ କରିଛନ୍ତି । ଏକାଧିକ ଆହତ ହୋଇଛନ୍ତି।

ବିରୋଧୀମାନେ କ୍ୟାମ୍ପସର ମୁଖ୍ୟ ପ୍ରବେଶ ପଥ ଭାଙ୍ଗିବା ପରେ ରାୱଲପିଣ୍ଡିର ସାମରିକ ମୁଖ୍ୟାଳୟରେ ପ୍ରବେଶ କରିବା ପାଇଁ ଉଦ୍ୟମ କରିବାରୁ ହିଂସା ସୃଷ୍ଟି ହୋଇଛି ।   ପାକିସ୍ତାନର କିଛି ଅଂଶରେ ଗୁଳି ବିନିମୟ ହୋଇଛି।

ଇମ୍ରାନଙ୍କୁ ଦୁ୍ର୍ନୀତି ନିବାରଣ ଜେଲରେ ୪ରୁ ୫ ଦିନ ପାଇଁ ରଖାଯାଇ ପାରେ । ପରେ ତାଙ୍କୁ ଏଫ-୮ କୋର୍ଟ କମ୍ପ୍ଲେକ୍ସ ଏବଂ ଜୁଡିସିଆଲ କମ୍ପ୍ଲେକ୍ସ ଜି ୧୧/୪ ଜେଲରେ ରଖିବା ପରିବର୍ତ୍ତେ ନ୍ୟୁ ପୋଲିସ ଗେଷ୍ଟ ହାଉସରେ ହାଜର କରାଯିବ । ସେଠାରେ ଏକ ସ୍ୱତନ୍ତ୍ର ଶୁଣାଣି କରାଯିବ । ଏ ନେଇ ପାକିସ୍ତାନ ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି । ତାଙ୍କର ସୁରକ୍ଷାକୁ ଦୃଷ୍ଟିରେ ରଖି ସ୍ୱତନ୍ତ୍ର କୋର୍ଟରେ ଶୁଣାଣିର ବ୍ୟବସ୍ଥା କରାଯାଇଥିବା ଜଣାଯାଇଛି । ଗତକାଲି ବିଳମ୍ବିତ ରାତିରେ ପିଟିଆଇ ମୁଖ୍ୟ ଇମ୍ରାନଙ୍କୁ ଏନଏବି କାର୍ଯ୍ୟାଳୟରୁ ଅଜ୍ଞାତ ସ୍ଥାନକୁ ସ୍ଥାନାନ୍ତର କରି ଦିଆ ଯାଇଛି ।

ଆଇନଶୃଙ୍ଖଳା ସ୍ଥିତିକୁ ଦେଖି ପଞ୍ଜାବ ପ୍ରାନ୍ତର ସମସ୍ତ ସ୍କୁଲ ବନ୍ଦ କରି ଦିଆଯାଇଛି । ୯ମ ଶ୍ରେଣୀ ପରୀକ୍ଷାକୁ ସ୍ଥଗିତ ରଖାଯାଇଛି । ଅନ୍ୟପକ୍ଷେ ଇମ୍ରାନଙ୍କ ସହ ତାଙ୍କ ଦଳର କର୍ମକର୍ତ୍ତା ଏପରିକି ତାଙ୍କ ଆଇନ ପରାମର୍ଶ ଦାତାଙ୍କୁ ବି ସାକ୍ଷାତ ପାଇଁ ଅନୁମତି ମିଳୁନି । ଇମ୍ରାନଙ୍କ ଗିରଫକୁ ବିରୋଧ କରି କାଲିଫର୍ଣ୍ଣିଆରେ ସେଠାରେ ରହୁଥିବା ପାକିସ୍ତାନୀମାନେ ବିଦ୍ରୋହ ପ୍ରଦର୍ଶନ କରିଛନ୍ତି ।

 

Leave A Reply

Your email address will not be published.