ପାକିସ୍ତାନ: କରୋନା ସଂକ୍ରମିତ ରୋଗୀଙ୍କ ପରୀକ୍ଷଣ ହେଉ ବା ନ ହେଉ ଗର୍ଭାବସ୍ଥା ପରୀକ୍ଷଣ କିନ୍ତୁ ପାକିସ୍ତାନରେ ସଠିକ୍ ଚାଲିଛି । ମହିଳା ନୁହେଁ ବରଂ ଜଣେ ୬୦ ବର୍ଷିୟ ପୁରୁଷଙ୍କୁ ଏକ ଲ୍ୟାବ୍ ଗର୍ଭବତୀ ଘୋଷଣା କରିଛି ।
ପାକିସ୍ତାନୀ ନ୍ୟୁଜ ସାଇଟ୍ 24newshd ଅନୁଯାୟୀ ସୋମବାର ଖାନେୱାଲ୍ ଜିଲ୍ଲାର ଅଲ୍ଲାହ ଦିଟ୍ଟା ନାମକ ଜଣେ ପୁରୁଷଙ୍କୁ ଏକ ଲ୍ୟାବ୍ ଗର୍ଭବତୀ ଥିବା ନେଇ ରିପୋର୍ଟ ପ୍ରଦାନ କରିଥିଲା । କୌଣସି ରୋଗ ପାଇଁ ବ୍ୟକ୍ତି ଜଣକ ପରିଶ୍ରା ପରୀକ୍ଷଣ କରାଇଥିଲେ । ହେଲେ ତାଙ୍କୁ ମିଳିଥିଲା ଗର୍ଭାବସ୍ଥା ପଜିଟିଭ ରିପୋର୍ଟ ।
Lab in Khanewal that diagnosed a 60-year-old male ???????? has now been sealed and its owner arrested.
All good things come to an end. Sigh. pic.twitter.com/gDKQslNEby
— Naila Inayat नायला इनायत (@nailainayat) April 21, 2020
ସୋସିଆଲ୍ ମିଡିଆରେ ପରୀକ୍ଷଣର ରିପୋର୍ଟ ଭାଇରାଲ୍ ହେବା ପରେ ସ୍ୱାସ୍ଥ୍ୟ ଅଧିକାରୀମାନେ ଘଟଣାର ଯାଂଚ କରିଥିଲେ । ତଦନ୍ତରୁ ଜଣାପଡିଥିଲା ପ୍ରାଇଭେଟ୍ ଲ୍ୟାବ୍ଟି ବିନା ଲାଇସେନ୍ସରେ ଗତ ଦୁଇବର୍ଷ ଧରି ସକ୍ରିୟ ରହିଥିଲା । ଲ୍ୟାବ୍ର ମାଲିକ ପ୍ରଥମେ ଏକ ହସ୍ପିଟାଲରେ ଟେକ୍ନିସିଆନ୍ ଭାବେ କାମ କରୁଥିଲା । ତଦନ୍ତ ପରେ ଖାନେୱାଲ ଜିଲ୍ଲା କମିଶନର ଉକ୍ତ ଲ୍ୟାବକୁ ସିଲ୍ କରିବା ସହ ମାଲିକ ଅମିନଙ୍କୁ ଗିରଫ କରିଛି ।
Comments are closed.