Latest Odisha News

BREAKING NEWS

ପାକିସ୍ତାନ ଆଙ୍କରଙ୍କ ବିସ୍ଫୋରକ ବୟାନ: ‘ଭାରତରେ ମୁସଲମାନଙ୍କୁ ବଞ୍ଚାଇବା ପାଇଁ ଆଉ ଜଣେ ଜିନ୍ନା ଦରକାର‘

ଇସଲାମବାଦ: ସ୍ୱାଧୀନତା ସମୟରେ ଅର୍ଥାତ ୧୯୪୭ରେ ଭାରତ-ପାକିସ୍ତାନ ବିଭାଜିତ ହୋଇଥିଲା । ଧର୍ମ ନାଁରେ ଏକ ଅଲଗା ଦେଶ ଗଠନ ପାଇଁ ମହମ୍ମଦ ଅଲ୍ଲି ଜିନା ଦାବି କରିଥିଲେ ଯାହାର ଫଳ ହେଉଛି ପାକିସ୍ତାନ  । ସେ ବିଭାଜନର ଦୟନୀୟ କାହାଣୀ ସମସ୍ତେ ଜାଣନ୍ତି ।

ଆପଣଙ୍କ ମନରେ ପ୍ରଶ୍ନ ଉଠୁଥିବ, ହେଲେ ଏବେ ଏଠାରେ ଏହି ପ୍ରସଙ୍ଗ ଉଠିଛି କାହିଁକି ? କାରଣ ହେଉଛି, ଏହି ବିଭାଜନ ପ୍ରସଙ୍ଗକୁ ନେଇ ପାକିସ୍ତାନ ନ୍ୟୁଜ ଚାନେଲର ଜଣେ ମହିଳା ଆଙ୍କର କିରଣ ନାଜ ଏକ ବିସ୍ଫୋରକ ବୟାନ ଦେଇଛନ୍ତି । ଭାରତ ବିରୋଧରେ ଅଭିଯୋଗ ଆଣି ସେ କହିଛନ୍ତି, ଭାରତରେ ରହୁଥିବା ହିନ୍ଦୁମାନେ ଗୁଣ୍ଡା ଶ୍ରେଣୀର । ସେଥିପାଇଁ ଅନ୍ୟଧର୍ମର ଲୋକେ ସେଠାରେ ଭୟଭୀତ ହୋଇ ରହୁଛନ୍ତି । ସେଥିପାଇଁ ସେଠାରେ ଥିବା ମୁସଲମାନମାନଙ୍କୁ ବଞ୍ଚାଇବା ପାଇଁ ଆଉ ଜଣେ ଜିନ୍ନାଙ୍କର ଆବଶ୍ୟକତା ରହିଛି ।

ନିଉଜ ଆଙ୍କର କିରଣ ନାଜ କହିଛନ୍ତି, ପୁଣି ଥରେ ୧୯୪୭ ମସିହାର ପୁନରାବୃତ୍ତି ଘଟିବା ଦରକାର । ଏବେ ସମୟ ଆସି ଯାଇଛି, ହିନ୍ଦୁମାନେ ନିଜ ଇଲାକାକୁ ନେଇ ଅଲଗା ହୋଇ ଯାଆନ୍ତୁ । ଫଳରେ ଅନ୍ୟ ଧର୍ମର ଲୋକେ ସିଏ ମୁସଲମାନ ହୁଅନ୍ତୁ ବା ଇସାଇ, ସେମାନେ ଶାନ୍ତିରେ ରହିପାରିବେ । ସେଥିପାଇଁ ଭାରତକୁ ଆଉ ଏକ ଜିନ୍ନା ଦରକାର ।

ଆଙ୍କରଙ୍କର ଏପରି ବୟାନକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି ।

Comments are closed.