Latest Odisha News

BREAKING NEWS

ଖୁବ୍ ଶିଘ୍ର ବନ୍ଦ ହେବ ‘ତାରକ୍ ମେହେତା କି ଉଲଟା ଚଷମା’, କାରଣ ଜାଣି ଫ୍ୟାନ୍ସଙ୍କ ଉଡିଗଲା ହୋସ୍…

ମୁମ୍ବାଇ: ଖୁବ୍ ଶିଘ୍ର ବନ୍ଦ ହେବ ଟେଲିଭିଜନର ସବୁଠାରୁ ଲୋକପ୍ରିୟ ସିରିଏଲ ‘ତାରକ୍ ମେହେତା କି ଉଲଟା ଚଷମା’ । ଦୀର୍ଘଦିନ ଧରି ଦର୍ଶକଙ୍କୁ ମନୋରଞ୍ଜନର ଭରପୁର ଖୋରାକ ଯୋଗାଇଆସୁଥିବା ଏହି ସୋ କୁ ନେଇ ଗତ କିଛି ଦିନ ଧରି ବିବାଦ ଲାଗିରହିଛି । କିଛି ଦର୍ଶକ ଦୟାବେନଙ୍କ ନଫେରିବା କାରଣରୁ ଏହି ସୋ କୁ ବୟେକଟ କରିବାକୁ ନିଷ୍ପତି ନେଇଥିଲେ । ଏହାପରେ କୁହାଯାଉଥିଲା କି ଏହି ସୋ ଅଫ୍ ଏୟାର ହୋଇପାରେ । ଏହାର ଅର୍ଥ ବର୍ତ୍ତମାନ ନିର୍ମାତାମାନେ ଏହି ସୋ ବନ୍ଦ କରିବେ | କିନ୍ତୁ ଏସବୁ ମଧ୍ୟରେ ଅସିତ ମୋଦୀଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି । ଏକ ସାକ୍ଷାତକାରରେ ସେ ସୋ’ର ବନ୍ଦ ଖବର ନେଇ ପ୍ରତିକ୍ରିୟା ଦେଇଛନ୍ତି ।

ଅସିତ ମୋଦୀ ଏକ ଇଣ୍ଟରଭ୍ୟୁରେ କହିଛନ୍ତି ଯେ, ଏହି ସୋ ଅଫ୍ ଏୟାର ହେବ ନାହିଁ । ଏହା କେବଳ ଏକ ଗୁଜବ | ଏହି ସମୟରେ ସେ ଦୟାବେନଙ୍କ ପ୍ରତ୍ୟାବର୍ତ୍ତନ ସମ୍ପର୍କରେ କହିଥିଲେ ଯେ ଦୟାବେନଙ୍କ ଚରିତ୍ର ପାଇଁ ଅବିନେତ୍ରୀ ଖୋଜା ଚାଲିଛି । କେହି ଜଣେ ମିଳିବା ମାତ୍ରେ ସେମାନେ ଏହି ଚରିତ୍ରକୁ ଫେରାଇ ଆଣିବେ ।
ଅସିତ ମୋଦୀ କହିଛନ୍ତି- ମୁଁ ମୋର ଦର୍ଶକଙ୍କୁ ମନୋରଞ୍ଜନ କରିବାକୁ ଅଛି ସେମାନଙ୍କୁ ମିଛ କହିବାକୁ ନୁହେଁ । କିଛି ସମସ୍ୟା ହେତୁ ଆମେ ଦୟାବେନଙ୍କ ଚରିତ୍ରକୁ ଫେରାଇ ଆଣିପାରି ନାହୁଁ । ଏହାର ଅର୍ଥ ନୁହେଁ ଯେ ଆମେ ଶୋ’ରେ ଦୟାବେନଙ୍କ ଚରିତ୍ରକୁ ଫେରାଇ ଆଣିବୁ ନାହିଁ | ତେବେ ବର୍ତ୍ତମାନ କେବଳ ଦିଶା ଭାକାନି ଦୟାବେନ୍ ଭୂମିକାରେ ଅଭିନୟ କରିବେ କିମ୍ବା ତାଙ୍କ ସ୍ଥାନରେ ଅନ୍ୟ କାହାକୁ ଏହି ରୋଲ ପାଇଁ ନେବେ ତାହା ଏବେ କେବଳ ସମୟ କହିବ । କିନ୍ତୁ ମୁଁ ପ୍ରତିଶୃତି ଦେଉଛି ଯେ ଦୟାବେନଙ୍କ ଚରିତ୍ର ନିଶ୍ଚିତ ଭାବରେ ଶୋ’ରେ ଫେରିବ |

ସୋ ଆରମ୍ଭରୁ ଅଭିନେତ୍ରୀ ଦିଶା ଭାକାନିଙ୍କୁ ଦୟାବେନଙ୍କ ଚରିତ୍ରରେ ଦେଖିବାକୁ ମିଳିଥିଲା । ଗତ କିଛି ଦିନ ହେବ ଦୟାବେନ ସୋ ରେ ଦେଖିବାକୁ ମିଳିନଥିଲେ । ଏହାପରେ ଖବର ଆସିଥିଲା ଯେ ପୁନର୍ବାର ଦୟାବେନ ସୋ କୁ ଫେରିବେ । କିନ୍ତୁ ସେ ସୋ କୁ ଫେରି ନଥିଲେ । ଯାହାଫଳରେ ଫ୍ୟାନ୍ସଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖିବାକୁ ମିଳିଥିଲା । ଶେଷରେ ସୋ କୁ ବୟେକଟ୍ କରିବାକୁ ନିଷ୍ପତି ନେଇଥିଲେ ଫ୍ୟାନ୍ସ ।

Leave A Reply

Your email address will not be published.