ଲାହୋର: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଅଣ-ମୁସଲିମ କହିବା ଏବଂ ତାଙ୍କ ପ୍ରତି ଧାର୍ମିକ ଘୃଣାଭାବ ସୃଷ୍ଟି କରିଥିବା ନେଇ ଅଭିଯୋଗ। ଏନେଇ ସୋମବାର ପଞ୍ଜାବ ପ୍ରଦେଶ ସରକାରର ପାକିସ୍ତାନ ମୁସଲିମ ଲିଗ ନବାଜ (ପିଏମଏଲ-ଏନ)ର ଦୁଇ ବରିଷ୍ଠ ମନ୍ତ୍ରୀ ଏବଂ ଏକ ଟିଭି ଚ୍ୟାନେଲର ଅଧିକରୀଙ୍କ ବିରୋଧରେ ମାମଲା ରୁଜୁ ହୋଇଛି।
ପିଏମଏଲ-ଏନ ର ମନ୍ତ୍ରୀ ମରିୟମ ଔରଙ୍ଗଜେବ, ମିଆନ ଜାଭେଦ ଲତିଫ ଏବଂ ପାକିସ୍ତାନ ଟେଲିଭିଜନ (ପିଟିଭି) ପରିଚାଳନା ନିର୍ଦ୍ଦେଶକ ସୋହେଲ ଖାନ, ପ୍ରୋଗ୍ରାମ କଣ୍ଟ୍ରୋଲର ରସିଦ ବାଗଙ୍କ ବିରୋଧରେ ଜଣେ ମୌଲବୀଙ୍କ ଅଭିଯୋଗ କ୍ରମେ ଏହି ମାମଲା ରୁଜୁ କରିଛି ଲାହୋରର ଗ୍ରୀନ ଟାଉନ ପୋଲିସ ।
ଏଫଆଇଆର ଅନୁଯାୟୀ, ସେପ୍ଟେମ୍ବର ୧୪ ରେ ଏକ ସାମ୍ବାଦିକ ସମ୍ମିଳନୀରେ ଲତିଫ ପାକିସ୍ତାନ ତହରିକ-ଇ-ଇନସାଫ (ପିଟିଆଇ) ଅଧ୍ୟକ୍ଷ ଇମ୍ରାନ ଖାନଙ୍କୁ “ଅଣ-ମୁସଲମାନ ତଥା ସଂଖ୍ୟାଲଘୁ ଅହମ୍ମଦିଆ ସମ୍ପ୍ରଦାୟର ସହକାରୀ” ଭାବରେ ଘୋଷଣା କରିଥିଲେ। ଏଥିରେ କୁହାଯାଇଛି ଯେ ସୂଚନା ମନ୍ତ୍ରୀ ଔରଙ୍ଗଜେବ ଏବଂ ପିଟିଭିର ପରିଚାଳନା ନିର୍ଦ୍ଦେଶକ ତଥା କାର୍ଯ୍ୟକ୍ରମ ନିୟନ୍ତ୍ରକଙ୍କ ସହଯୋଗରେ ଲତିଫ ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି।
ଏଥିରେ କୁହାଯାଇଛି ଯେ ଏହା କରିବା ଦ୍ୱାରା ଏହି ମନ୍ତ୍ରୀ ତଥା ପିଟିଭି ଅଧିକାରୀମାନେ ପିଟିଆଇ ଅଧ୍ୟକ୍ଷ ଇମ୍ରାନ ଖାନଙ୍କ ପ୍ରତି ଘୃଣାଭାବ ପ୍ରକାଶ କରିଥିଲେ ଏବଂ ତାଙ୍କ ଜୀବନକୁ ବିପଦରେ ପକାଇଥିଲେ
Comments are closed.