Latest Odisha News

BREAKING NEWS

୭୨ବର୍ଷ ପରେ ପାକିସ୍ତାନରେ ଖୋଲିଲା ସର୍ବ ପୁରାତନ ହିନ୍ଦୁ ମନ୍ଦିର : ଏବେ ବି ଅକ୍ଷୁର୍ଣ୍ଣ ରହିଛି କଳାନୌପଣ୍ୟ

ନୂଆଦିଲ୍ଲୀ : ଭାରତ-ପାକିସ୍ତାନ ବିଭାଜନର ଯନ୍ତ୍ରଣା କେବେବି ଭୁଲି ହେବନି  । ଏଥିରେ ବହୁ ସଂଖ୍ୟକ ଲୋକ ପ୍ରାଣ ହରାଇଥିଲେ  । ବହୁ ସମ୍ପତ୍ତି ନଷ୍ଟ ହୋଇଥିବାବେଳେ  ପାକିସ୍ତାନରେ ଥିବା ବହୁ ହିନ୍ଦୁ ମନ୍ଦିର ମଧ୍ୟ କ୍ଷତିଗ୍ରସ୍ତ ହୋଇଥିଲା । ବିଭାଜନ ପରେ ପାକିସ୍ତାନର ଅନେକ ହିନ୍ଦୁ ମନ୍ଦିର ନଷ୍ଟ ହୋଇଯାଇଥିବାବେଳେ , ଅନେକ ମନ୍ଦିର କୁ ବନ୍ଦ କରିଦିଆଯାଇଥିଲା  । ସେଥିମଧ୍ୟରୁ କିଛି ଖୋଲାଯାଇଥିଲା। କେତେକ ମନ୍ଦିରକୁ ଅନ୍ୟାନ୍ୟ ବ୍ୟବହାର ପାଇଁ ବିଲ୍ଡିଂରେ ପରିଣତ କରାଯାଇଥିଲା । ଆଜି ଆମେ ପାକିସ୍ତାନର ସର୍ବ ପୁରାତନ ହିନ୍ଦୁ ମନ୍ଦିର ବିଷୟରେ କହିବାକୁ ଯାଉଛୁ  । ଯାହା ବିଭାଜନ ସମୟଠାରୁ ୭୨ ବର୍ଷ ପର୍ଯ୍ୟନ୍ତ ବନ୍ଦ ରହିଥିଲା ​​ । ମାତ୍ର କିଛି ବର୍ଷ ପୂର୍ବରୁ ଏହି ମନ୍ଦିରଟିକୁ ପୁର୍ନବାର ଖୋଲାଯାଇଛି ।

ଏହି ପୁରାତନ ହିନ୍ଦୁ ମନ୍ଦିର ପାକିସ୍ତାନର ସିଆଲକୋଟରେ ରହିଛି  ।  ଏହି ମନ୍ଦିରର ନାମ ହେଉଛି ଶିବଲା ତେଜି ସିଂ। ୭୨ ବର୍ଷ ପରେ ଯେତେବେଳେ ଏହି ମନ୍ଦିରକୁ ଖୋଲାଗଲା, ଏହି ମନ୍ଦିରର ଖୋଦନ ଦେଖି ଲୋକଙ୍କ ଆଖିରେ ଲୁହ ଆସିଯାଇଥିଲା ।  ଏହି ମନ୍ଦିର ଏତେ ସୁନ୍ଦର ଯେ ଆପଣ କହିପାରିବେ ନାହିଁ ଯେ , ଏହି ମନ୍ଦିର ଏତେ ବର୍ଷ ପୁରୁଣା । ମନ୍ଦିରର କାନ୍ଥ ଏବେ ବି ସୁରକ୍ଷିତ ଅବସ୍ଥାରେ ରହିଛି । ଏହି ମନ୍ଦିରରେ ବିଶାଳ ପଥର ଖୋଦିତ ହୋଇଛି ,  ଯାହା ଏହି ମନ୍ଦିରକୁ ଏକ ଭିନ୍ନ ରୂପ ଦେଇଥାଏ । ସବୁଠାରୁ ବଡ କଥା ହେଉଛି ଏତେ ବର୍ଷ ପର୍ଯ୍ୟନ୍ତ ବନ୍ଦ ହେବା ପରେ ମଧ୍ୟ ମନ୍ଦିରର କାନ୍ଥରେ କୌଣସି କ୍ଷତି ହୋଇନାହିଁ  ।  ମନ୍ଦିରର କାନ୍ଥଗୁଡ଼ିକ ଏପର୍ଯ୍ୟନ୍ତ ଅକ୍ଷୁର୍ଣ୍ଣ ରହିଛି।  ୨୦୧୯ ମସିହାରେ ପାକିସ୍ତାନର ତତ୍କାଳୀନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଏହି ମନ୍ଦିର ଖୋଲିଥିଲେ। ଏହି ମନ୍ଦିର ଖୋଲିବା ମାତ୍ରେ ଏଥିରେ ଦେବତା ଏବଂ ଦେବୀଙ୍କ ପ୍ରତିମା ସ୍ଥାପନ କରାଯାଇଥିଲା  । ଏବଂ ଏଠାରେ ପୂଜା ମଧ୍ୟ ଆରମ୍ଭ ହୋଇଥିଲା।

Leave A Reply

Your email address will not be published.