Latest Odisha News

BREAKING NEWS

କୋଭିଡ୍-୧୯ ପରିଚାଳନା ନେଇ ରାଜ୍ୟମାନଙ୍କୁ ସତର୍କ ଓ ପ୍ରସ୍ତୁତ ରହିବାକୁ ମାଣ୍ଡବୀୟଙ୍କ ପରାମର୍ଶ, ଏପ୍ରିଲ ୧୦ ଓ ୧୧ରେ ‘ମକ୍ ଡ୍ରିଲ୍’

ନୂଆଦିଲ୍ଲୀ : କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡବୀୟ ଶୁକ୍ରବାର ଦେଶରେ ବୃଦ୍ଧି ପାଉଥିବା କୋଭିଡ-୧୯ ସ୍ଥିତିର ସମୀକ୍ଷା କରିଛନ୍ତି । ଭର୍ଚୁଆଲ ବୈଠକ କରି ମାଣ୍ଡବୀୟ ସବୁ ରାଜ୍ୟ ଓ‌ କେନ୍ଦ୍ର ଶାସିତ ଅଞ୍ଚଳର ସ୍ବାସ୍ଥ୍ୟମନ୍ତ୍ରୀ ମାନଙ୍କ ସହ ଆଲୋଚନା କରିଥିଲେ ‌। ଅଧିକ ମାମଲା ରିପୋର୍ଟ ହେଉଥିବା ଅଞ୍ଚଳ ଗୁଡ଼ିକୁ ଚିହ୍ନଟ କରି ଟିକାକରଣକୁ ତ୍ୱରାନ୍ୱିତ କରିବା ସହ ଟେଷ୍ଟିଂ ବୃଦ୍ଧି ଓ ସ୍ବାସ୍ଥ୍ୟ କେନ୍ଦ୍ର ଗୁଡ଼ିକର ପ୍ରସ୍ତୁତି ନିଶ୍ଚିତ କରିବାକୁ ରାଜ୍ୟମାନଙ୍କୁ ପରାମର୍ଶ ଦେଇଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ। ଏଥିସହ ଜିନୋମ ସିକ୍ୱେନ୍ସିଂ ଏବଂ ପଜିଟିଭ୍ ନମୁନାଗୁଡ଼ିକର ସମ୍ପୂର୍ଣ୍ଣ ଜିନୋମ ସିକ୍ବେନ୍ସିଂ ବୃଦ୍ଧି ସହିତ କୋଭିଡ୍ ନିୟମ ପାଳନ କରିବା ପାଇଁ ସଚେତନତା ସୃଷ୍ଟି କରିବା ଉପରେ ମଧ୍ୟ ମାଣ୍ଡବୀୟ ଗୁରୁତ୍ୱାରୋପ କରିଥିଲେ |

BjdElectrycity

ଏଥିସହ ଏପ୍ରିଲ୍ ୮, ୯ରେ ଜିଲ୍ଲା ପ୍ରଶାସନ ଏବଂ ସ୍ୱାସ୍ଥ୍ୟ ଅଧିକାରୀଙ୍କ ସହ ସମୀକ୍ଷା ପରେ ଏପ୍ରିଲ ୧୦ ଓ ୧୧ରେ ସମସ୍ତ ଡ଼ାକ୍ତରଖାନାରେ ‘ମକ୍ ଡ୍ରିଲ୍’ ସହ କରିବାକୁ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀମାନଙ୍କୁ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡବୀୟ କହିଛନ୍ତି । କୋଭିଡ-୧୯ର ପ୍ରତିଷେଧକ ବ୍ୟବସ୍ଥା ଏବଂ ପରିଚାଳନା ସମୟରେ କେନ୍ଦ୍ର-ରାଜ୍ୟ ଯେପରି ମିଳିତ ଭାବେ କାର୍ଯ୍ୟ କରିଥିଲେ ତାହା ଜାରି ରହିବା ଆବଶ୍ୟକ ବୋଲି କହିଛନ୍ତି ମାଣ୍ଡବୀୟ ।

Leave A Reply

Your email address will not be published.