ଲାହୋର : ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନଙ୍କ ବିରୋଧରେ ଅନେକ ଆଇନଗତ ମାମଲା ଚାଲିଥିବା ବେଳେ ସେ ଆଗୁଆ ନିର୍ବାଚନ ପାଇଁ ମଧ୍ୟ ସରକାର ଉପରେ ଚାପ ପକାଉଥିବା ଅଭିଯୋଗ ରହିଛି। ଏହି ସମୟରେ ପାକିସ୍ତାନ ପୁଲିସ ରବିବାର ତାଙ୍କୁ ଗିରଫ କରିବାକୁ ଉଦ୍ୟମ କରିଛି। ଆଉ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କୁ ଗିରଫ କରିବାକୁ ଆସିବା ସମୟରେ ଶହ ଶହ ସମର୍ଥକ ତାଙ୍କୁ ଘେରି ଯାଇଥିଲେ। ଏହାଫଳରେ ପୋଲିସ ତାଙ୍କୁ ଖୋଜି ପାଇବା ସହଜ ହୋଇନଥିଲା। ଏହି ସମୟରେ ସେ ଚମ୍ପଟ ମାରିଥିବା ଅଭିଯୋଗ ହୋଇଛି।
କିନ୍ତୁ ପୁଲିସ ସେମାନଙ୍କୁ ଠାବ କରିପାରିନଥିଲା ବୋଲି ଇସଲାମାବାଦ ପୁଲିସ ପକ୍ଷରୁ ଟ୍ବିଟ୍ କରି ସୂଚନା ଦିଆଯାଇଛି। କୋର୍ଟଙ୍କ ନିର୍ଦ୍ଦେଶ ପାଳନ କରିବା ପାଇଁ ଇମ୍ରାନଙ୍କୁ ଗିରଫ କରିବା ପାଇଁ ଇସଲାମାବାଦ ପୁଲିସର ଏକ ଟିମ୍ ଲାହୋରରେ ପହଞ୍ଚିଛି । ହେଲେ
ଇମ୍ରାନ୍ ଆତ୍ମସମର୍ପଣ କରିବାକୁ ଅନିଚ୍ଛା ପ୍ରକାଶ କରୁଛନ୍ତି। ପୁଲିସ ଏସପି ଇମ୍ରାନ ବସବାସ କରୁଥିବ କଠୋରୀକୁ ଯାଇଥିଲେ କିନ୍ତୁ ସେ ସେଠାରେ ନଥିଲେ ବୋଲି ପୋଲିସ କହିଛି।
ଦୁର୍ନୀତି ମାମଲାରେ ଇମ୍ରାନ୍ ଖାନ୍ କୋର୍ଟରେ ହାଜର ନ ହେବାରୁ ଫେବ୍ରୁଆରି 28ରେ ଗିରଫ ପରଓ୍ୱାନା ଜାରି କରାଯାଇଥିଲା।
ଇମ୍ରାନ୍ ତାଙ୍କ କାର୍ଯ୍ୟକାଳ ସମୟରେ କେତେ ଲାଭ କରିଛନ୍ତି ତାହା ପ୍ରକାଶ କରିବାରେ ବିଫଳ ହୋଇଥିବା ଅଭିଯୋଗ ହୋଇଛି।
ଇମ୍ରାନଙ୍କ ପାକିସ୍ତାନ ତେହେରିକ୍-ଇ-ଇନସାଫ୍ (ପିଟିଆଇ)ର ଉପାଧ୍ୟକ୍ଷ ଶାହ ମେହମୁଦ କ୍ୟୁରେସୀ ଲାହୋରରେ ଗଣମାଧ୍ୟମକୁ କହିଛନ୍ତି, ଇସଲାମାବାଦ ପୁଲିସ ପକ୍ଷରୁ ଆମକୁ ଏକ ନୋଟିସ୍ ମିଳିଛି, ନୋଟିସରେ କିନ୍ତୁ ଗିରଫ କରିବା ସଂକ୍ରାନ୍ତରେ କୌଣସି ନିର୍ଦ୍ଦେଶ ନାହିଁ। ଆମେ ଆମ ଓକିଲଙ୍କ ସହ ଆଲୋଚନା କରିବୁ ଏବଂ ଆଇନଗତ ପ୍ରକ୍ରିୟାକୁ ଅନୁସରଣ କରିବୁ।
Comments are closed.