ଇସଲାମବାଦ: ପାକିସ୍ତାନ ରେଳ ମନ୍ତ୍ରୀ ଶେଖ ରଶିଦ ଏକ ପ୍ରକାର ପାଗଳ ହୋଇଯାଇଛନ୍ତି କହିଲେ ଭୁଲ ହେବ ନାହିଁ । ବାରମ୍ବାର ବିବାଦୀୟ ବୟାନ ଦେଉଥିବା ରଶିଦ କହିଛନ୍ତି ଭାରତର ଖୁଫିଆ ଏଜେନ୍ସି (ର) ପାକିସ୍ତାନର ନେତାଙ୍କୁ ମାରିବା ପାଇଁ ଯୋଜନା କରୁଛି । ପାକିସ୍ତାନରେ ଅସ୍ଥିରତା ସୃଷ୍ଟି କରିବା ପାଇଁ ଏହି ଯୋଜନା ପ୍ରସ୍ତୁତ କରାଯାଇଛି ।
ଏପରି କି ସେ ପାକିସ୍ତାନ ନେତାମାନଙ୍କୁ ସତର୍କ ରହିବା ପାଇଁ ସଚେତନ କରାଇ ଦେଇଛନ୍ତି । ମୋ ଉପରେ ୩ ଥର ଆକ୍ରମଣ ହୋଇସାରିଛି ବୋଲି ସେ କହିଛନ୍ତି । ଡ୍ରିମ ପ୍ରୋଜେକ୍ଟ ଚୀନ-ପାକିସ୍ତାନ ଇକୋନୋମିକ କୋରିଡରକୁ ବର୍ବାଦ କରିବା ପାଇଁ ଭାରତ ୮୦ ଅରବ ଅର୍ଥ ଖର୍ଚ୍ଚ କରି ୭୦୦ ଆତଙ୍କୀ ପ୍ରସ୍ତୁତ କରିଛି ବୋଲି ସେ ଅଭିଯୋଗ କରିଛନ୍ତି ।
Comments are closed.