Latest Odisha News

BREAKING NEWS

ଜୟଶଙ୍କରଙ୍କ ପିଓକେ ବୟାନକୁ ନେଇ ଚିନ୍ତାରେ ପାକିସ୍ତାନ

ନୂଆଦିଲ୍ଲୀ: ଭାରତର ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ବର୍ତ୍ତମାନ ଲଣ୍ଡନ ଗସ୍ତରେ ଅଛନ୍ତି। ଏହି ସମୟରେ ଜୟଶଙ୍କର ତାଙ୍କ ଭାଷଣ ମାଧ୍ୟମରେ କାଶ୍ମୀର ପ୍ରସଙ୍ଗ ଉଠାଇଥିଲେ।

ବୁଧବାର ଦିନ ଲଣ୍ଡନରେ ଚୈଥାମ ହାଉସ ଥିଙ୍କ-ଟ୍ୟାଙ୍କ ଅଧିବେଶନକୁ ଜୟଶଙ୍କର ସମ୍ବୋଧିତ କରି କହିଥିଲେ ଯେ ପାକିସ୍ତାନ ଦ୍ୱାରା ଅବୈଧ ଭାବରେ ଅଧିକୃତ ହୋଇ ରହିଥିବା କାଶ୍ମୀରର ଅଂଶ ଫେରି ପାଇବା ପରେ ହିଁ କାଶ୍ମୀର ବିବାଦର ସମାଧାନ ହୋଇପାରିବ।ତେବେ ତାଙ୍କର ଏହି ବୟାନ ପାକିସ୍ତାନ ପାଇଁ ବର୍ତ୍ତମାନ ଚିନ୍ତାର ବିଷୟ ପାଲଟିଛି।

ଜୟଶଙ୍କରଙ୍କର ଏହି ବୟାନ ପରେ ପାକିସ୍ତାନ ବୈଦେଶିକ କାର୍ଯ୍ୟାଳୟର ମୁଖପାତ୍ର ଶଫକତ ଅଲି ଖାନ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ଜମ୍ମୁ କାଶ୍ମୀରର ସ୍ଵାଧିନତା ବିଷୟରେ ଭିତ୍ତିହୀନ ଦାବି କରିବା ବଦଳରେ ଭାରତ ଗତ ୭୭ ବର୍ଷ ଧରି କବଜା କରି ରଖିଥିବା ଜମ୍ମୁ କାଶ୍ମୀରର ଅଞ୍ଚଳ ଗୁଡିକୁ ଖାଲି କରିଦେବା ଉଚିତ।

ଉଲ୍ଲେଖଯୋଗ୍ୟ, ଲଣ୍ଡନର ସ୍ୱାଧୀନ ନୀତି ପ୍ରତିଷ୍ଠାନ ଚାଥାମ ହାଉସରେ ଏକ କାର୍ୟ୍ୟକ୍ରମରେ ଜୟଶଙ୍କର କହିଥିଲେ ଯେ, ଯେଉଁଦିନ ଆମେ ପାକିସ୍ତାନ ଅଧିକୃତ ଅଞ୍ଚଳ ଫେରି ପାଇବୁ, ସେହିଦିନ କାଶ୍ମୀର ସମସ୍ୟାର ସମାଧାନ ହୋଇଯିବ। କାଶ୍ମୀରରେ ଆମେ ଅଧିକାଂଶ ସମସ୍ୟାର ସମାଧାନ ପାଇଁ ଭଲ କାମ କରିଛୁ। ଧାରା ୩୭୦ ହଟାଇବା ପ୍ରଥମ ପଦକ୍ଷେପ ଥିଲା। ସେହିପରି କାଶ୍ମୀରରେ ବିକାଶ, ଆର୍ଥିକ କାର୍ଯ୍ୟକଳାପ ଏବଂ ସାମାଜିକ ନ୍ୟାୟ ପୁନଃସ୍ଥାପନ କରିବା ଦ୍ୱିତୀୟ ପଦକ୍ଷେପ ଥିଲା। ଏହା ପରେ କାଶ୍ମୀରରେ ନିର୍ବାଚନ ଆୟୋଜନ କରାଯିବା ତୃତୀୟ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଥିଲା।

Comments are closed.