Latest Odisha News

BREAKING NEWS

ସୁନା ସ୍ମଗଲିଂ ମାମଲାରେ ଆସିଲା ଅଭିନେତ୍ରୀ ରନ୍ୟାଙ୍କ ପ୍ରଥମ ଫଟୋ… 

ବେଙ୍ଗାଲୁରୁ: ବେଙ୍ଗାଲୁରୁ ଏୟାରପୋର୍ଟରୁ ସୁନା ଚୋରା ଚାଲାଣ ଅଭିଯୋଗରେ ଗିରଫ ହୋଇଥିବା କନ୍ନଡ ଅଭିନେତ୍ରୀ ରନ୍ୟା ରାଓ ଙ୍କର ପ୍ରଥମ ଫଟୋ ସାମ୍ନାକୁ ଆସିଛି।

ତେବେ ଆର୍ଥିକ ଅପରାଧ ଅଦାଲତ ଏହି ମାମଲାରେ ତାଙ୍କ ଜାମିନ ଆବେଦନକୁ ସଂରକ୍ଷିତ ରଖିଛନ୍ତି। ଯାହା ଫଳରେ ତାଙ୍କର ଆଇନଗତ ପଦକ୍ଷେପ ବର୍ତ୍ତମାନ ଅନିଶ୍ଚିତତା ମଧ୍ୟରେ ରହିଛି।

ସୂଚନା ଅନୁଯାୟୀ, ରନ୍ୟା ରାଓ ଏହି ବର୍ଷ ୨୭ ଥର ଦୁବାଇ ଯାଇଛନ୍ତି। ଯାହାଫଳରେ ତାଙ୍କ ବିରୋଧରେ ସନ୍ଦେହ ଅଧିକ ବଢିଥିଲା। କୋର୍ଟରେ ଶୁଣାଣି ବେଳେ ଡିରେକ୍ଟୋରେଟ ଅଫ ରେଭିନ୍ୟୁ ଇଣ୍ଟେଲିଜେନ୍ସ (ଡିଆରଆଇ) ଓକିଲ କହିଥିଲେ ଯେ ଏହି ମାମଲାରେ ପ୍ରୋଟୋକଲ ଉଲ୍ଲଂଘନ ହୋଇ କିପରି ସୁନା ଚୋରା ଚାଲାଣର ଷଡ଼ଯନ୍ତ୍ର ହୋଇଥିଲା ସେନେଇ ଯାଞ୍ଚ ପାଇଁ ତାଙ୍କୁ କଷ୍ଟଡିରେ ନିଆଯାଉଛି।

 

Comments are closed.