ନୂଆଦିଲ୍ଲୀ: ପାକିସ୍ତାନ କରାଚିର ମଲିର ଜେଲ ମନ୍ଦ ରଖିଥିବା ୨୨ ଭାରତୀୟଙ୍କୁ ମୁକ୍ତ କରିଛି । ସମସ୍ତଙ୍କ ୨୨ ବ୍ୟକ୍ତି ମତ୍ସଜିବୀ ଥିବା ବେଳେ ସେମାନଙ୍କ ମୁକ୍ତ କରାଯାଇଛି । ସେମାନଙ୍କ ସଜା ପୂରଣ ହୋଇଥିବା ବେଳେ ଶୁକ୍ରବାର ସେମାନଙ୍କୁ ବନ୍ଧନରୁ ମୁକ୍ତ କରାଯାଇଥିବା କଥା ସେଠିକା ଜେଲ୍ ଅଧିକ୍ଷକ ସୂଚନା ଦେଇଛନ୍ତି । ଆଜି ସେମାନେଙ୍କୁ ସ୍ବଦେଶ ହସ୍ତଗତ କରାଯାଇପାରେ ।
ପାକିସ୍ତାନ ଗଣମାଧ୍ୟମର ସୂଚନା ମୁତାବକ ଏଘି ଫାଉଣ୍ଡେସନ ଅଧ୍ୟକ୍ଷ ଫୈସଲ ଏଘି ଏହି ମତ୍ସଜୀବୀମାନଙ୍କୁ ଲାହୋର ପହଂଚାଇବାକୁ ସମସ୍ତ ପରିବହନ ବ୍ୟବସ୍ଥା କରିଛି । ଏହି ସଂସ୍ଥା କେବଳ ପରିବହନ ଖର୍ଚ୍ଚ ତୁଲାଇନାହିଁ ବରଂ ମତ୍ସଜୀବୀଙ୍କୁ ଉପହାର ସ୍ୱରୂପ କିଛି ଅର୍ଥରାଶି ମଧ୍ୟ ପ୍ରଦାନ କରିଛି । ମତ୍ସଜୀବୀମାନେ ଲାହୋରୁ ଭାରତ ଫେରିବେ ।
ଏଥିସହିତ ଏଘି ଫାଉଣ୍ଡେସନର ଅଧ୍ୟକ୍ଷ ଫୈସଲ ଉଭୟ ସରକାରଙ୍କୁ ମତ୍ସ୍ୟଜୀବୀଙ୍କ ପ୍ରତି ଦୟାଳୁ ଆଭିମୁଖ୍ୟ ଗ୍ରହଣ କରିବାକୁ ଅନୁରୋଧ କରିଥିଲେ । କାରଣ ସେମାନେ ଅଜାଣତରେ ସାମୁଦ୍ରିକ ସୀମା ପାର କରି ପାକିସ୍ତାନରେ ଅନୁପ୍ରବେଶ କରିଥିଲେ । ଦୀର୍ଘ ସମୟ ଧରି ଜେଲରେ ରହିବା ସମୟରେ ମତ୍ସ୍ୟଜୀବୀଙ୍କ ପରିବାରର ଦୁଃଖଦ ପରିସ୍ଥିତି ଉପରେ ମଧ୍ୟ ଏଘି ଆଲୋକପାତ କରିଥିଲେ। ସେ ମତ୍ସ୍ୟଜୀବୀଙ୍କୁ ଦଣ୍ଡାଦେଶ ସମାପ୍ତ ହେବା ପରେ ତୁରନ୍ତ ମୁକ୍ତ କରିବା ଏବଂ ସେମାନଙ୍କୁ ଶୀଘ୍ର ସ୍ୱଦେଶ ପ୍ରତ୍ୟାବର୍ତ୍ତନ ପାଇଁ ନିବେଦନ କରିଥିଲେ।
ତେବେ ପାକିସ୍ତାନୀ ଅଧିକାରୀମାନେ ୱାଘା ସୀମା ଦେଇ ଭାରତୀୟ ମତ୍ସ୍ୟଜୀବୀଙ୍କୁ ଫେରାଇ ଦିଅନ୍ତି । ଯେଉଁଠାରେ ଭାରତୀୟ ଅଧିକାରୀମାନେ ଔପଚାରିକତା ପୂରଣ କରିବା ପରେ ସେମାନଙ୍କ ଘରକୁ ଫେରିବା ପାଇଁ ସୁବିଧା ପ୍ରଦାନ କରନ୍ତି । ଉଭୟ ଦେଶ ନିୟମିତ ଭାବରେ ମତ୍ସ୍ୟଜୀବୀଙ୍କୁ ଗିରଫ କରନ୍ତି, ଯେଉଁମାନେ ପ୍ରାୟତଃ ଅସାବଧାନତାବଶତଃ ସୀମାବଦ୍ଧ ସାମୁଦ୍ରିକ ସୀମା ପାର କରି ଦେଇଥାନ୍ତି ।
ବର୍ତ୍ତମାନ ପାକିସ୍ତାନରେ ୨୬୬ ଜଣ ଭାରତୀୟ କଏଦୀ ରହିଥିବା ବେଳେ ଭାରତରେ ପାକିସ୍ତାନର ୪୬୨ ଜଣ କଏଦୀ ରହିଛନ୍ତି । ଜାନୁଆରୀ ୧ ତାରିଖରେ, ଦୁଇ ଦେଶ କଏଦୀଙ୍କ ତାଲିକା ପ୍ରକାଶ କରିଥିଲେ । ରିପୋର୍ଟ ଅନୁଯାୟୀ ପାକିସ୍ତାନରେ ୨୬୬ ଜଣ ଭାରତୀୟ କଏଦୀ ଥିଲେ, ଯେଉଁଥିରେ ୪୯ ଜଣ ସାଧାରଣ କଏଦୀ ଏବଂ ୨୧୭ ଜଣ ମତ୍ସ୍ୟଜୀବୀ ଥିଲେ। ସେହି ସମୟରେ, ପ୍ରାୟ ୪୬୨ ଜଣ ପାକିସ୍ତାନୀ କଏଦୀ ଭାରତୀୟ ଜେଲରେ ବନ୍ଦୀ ଅଛନ୍ତି, ଯେଉଁମାନଙ୍କ ମଧ୍ୟରୁ ୩୮୧ ଜଣ ସାଧାରଣ କଏଦୀ ଏବଂ ୮୧ ଜଣ ମତ୍ସ୍ୟଜୀବୀ ଅଛନ୍ତି।
Comments are closed.