Latest Odisha News

BREAKING NEWS

ଭାରତ ବିରୁଦ୍ଧରେ ନୂଆ ଷଡଯନ୍ତ୍ର ରଚୁଛି କି ପାକିସ୍ତାନ?

ନୂଆଦିଲ୍ଲୀ: କୂଟନୈତିକ ଯୁଦ୍ଧରେ ପାକିସ୍ତାନ ପରାସ୍ତ ହେବା ପରେ ଏବଂ ଆତଙ୍କବାଦୀଙ୍କୁ ଆଶ୍ରୟ ଦେବା ପାଇଁ ପାକିସ୍ତାନ ଅନ୍ତର୍ଜାତୀୟ ସ୍ତରରେ ବିଚ୍ଛିନ୍ନ ହେବା ପରେ ମଧ୍ୟ ସୁଧୁରିବାର ନାଁ ନେଉନି ପାକିସ୍ତାନ। ବର୍ତ୍ତମାନ ପାକିସ୍ତାନ ଅଧିକୃତ କାଶ୍ମୀରର ଗିଲଗିଟ୍‌ ବାଲ୍ଟିସ୍ତାନକୁ ମଧ୍ୟବର୍ତ୍ତୀ ପ୍ରଦେଶ ମାନ୍ୟତା ପ୍ରଦାନ ଘୋଷଣା କରିଛି।

ଏହି ନିଷ୍ପତ୍ତିକୁ ଭାରତ ଦୃଢ ବିରୋଧ କରିଛି। ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ଅନୁରାଗ ଶ୍ରୀବାସ୍ତବ କହିଛନ୍ତି ଯେ ବେଆଇନ ତଥା ବାଧ୍ୟତାମୂଳକ ଦଖଲରେ ପାକିସ୍ତାନର ପ୍ରୟାସକୁ ଭାରତ ସରକାର ସମ୍ପୂର୍ଣ୍ଣ ପ୍ରତ୍ୟାଖ୍ୟାନ କରିଛନ୍ତି।

Leave A Reply

Your email address will not be published.