Latest Odisha News

BREAKING NEWS

ନିଜ ଜାଲରେ ଫଶିଲା ପାକିସ୍ତାନ, ଏଫଏଟିଏଫକୁ ଦେଇଥିବା ଆତଙ୍କବାଦୀ ତାଲିକାରେ ଦାଉଦଙ୍କ ନାମ

କରାଚୀ: ପାକିସ୍ତାନ ଆଜି ନିଜ ଜାଲରେ ନିଜେ ଫଶିଛି । ଏଫଏଟିଏଫକୁ ଦେଇଥିବା ୮୮ ଆତଙ୍କବାଦୀ ତାଲିକାରେ ଅଣ୍ଡରୱାର୍ଲ୍ଡ ଡନ ଦାଉଦ ଇବ୍ରାହିମଙ୍କ ନାମ ରହିଛି । ଦୀର୍ଘ ଦିନ ଧରି ଦାଉଦ ନେଇ ମିଛ କହୁଥିଲା ପାକିସ୍ତାନ । ଏଫଏଟିଏଫ ପ୍ରଦାନ କରାଯାଇଥିବା ରିପୋର୍ଟରେ ସେ କରାଚୀ ହ୍ୱାଇଟ ହାଉସରେ ଥିବା ଉଲ୍ଲେଖ କରିଛି । ଏଫଏଟିଏଫର ଗ୍ରେ ଲିଷ୍ଟରୁ ବଂଚିବା ପାଇଁ ପାକିସ୍ତାନ ଏହି ଚାଲ ଚଳାଇଛି ।

ହାଫିଜ ସଇଦ, ମସୁଦ ଆଝାର ଏବଂ ୮୦ରୁ ଊର୍ଦ୍ଧ୍ୱ ଆତଙ୍କୀ ସଂଗଠନର ନାମ ପାକିସ୍ତାନ ନେଇଛି । ଆତଙ୍କବାଦୀ ଏବଂ ସେମାନଙ୍କ ସଂଗଠନର ବ୍ୟାଙ୍କ ଖାତା ସିଲ୍ କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି । କିଛି ଦିନ ତଳେ ଦାଉଦ କରୋନା ସଂକ୍ରମଣରେ ମୃତ୍ୟୁବରଣ କରିଥିବା ଖବର ଭାଇରାଲ ହୋଇଥିଲା । ମାତ୍ର ପରେ ତାଙ୍କ ଭାଇ ଅନୀସ ସେ ସୁସ୍ଥ ଥିବା କଥା କହିଥିଲେ । ଭାରତ ସରକାର ବର୍ତମାନ ନିଶ୍ଚିତ ହୋଇଛି ଦାଉଦ ଜୀବନ୍ତ ଏବଂ ପାକିସ୍ତାନରେ ରହୁଛି ।

Leave A Reply

Your email address will not be published.