Latest Odisha News

BREAKING NEWS

ଡେଡ୍‌ଲାଇନ୍ ଦେଲେ ସୁପ୍ରିମକୋର୍ଟ, ସେପ୍ଟେମ୍ବର ୩୦ ସୁଦ୍ଧା ବାବ୍ରୀ ମସଜିଦ ରାୟ

ନୂଆଦିଲ୍ଲୀ: ଆସନ୍ତା ସେପ୍ଟେମ୍ବର ୩୦ ସୁଦ୍ଧା ପ୍ରକାଶ ପାଇବ ବାବ୍ରୀ ମସଜିଦ ରାୟ । ଏନେଇ ଆଜି ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏବେ ଏହି ଘଟଣାର ସ୍ୱତନ୍ତ୍ର ଶୁଣାଣି ସିବିଆଇ କୋର୍ଟରେ ଚାଲିଛି । ସେପ୍ଟମ୍ବର ୩୦ ସୁଦ୍ଧା ମାମଲାର ଶୁଣାଣି ଶେଷ କରି ରାୟ ପ୍ରକାଶ କରିବାକୁ ସିବିଆଇ କୋର୍ଟକୁ ସୁପ୍ରିମକୋର୍ଟ ଡେଡ୍‌ଲାଇନ୍ ଦେଇଛନ୍ତି ।

ଏହାପୂର୍ବରୁ ସୁପ୍ରିମକୋର୍ଟ ଲକ୍ଷ୍ନୌ ସ୍ଥିତ ସିବିଆଇ କୋର୍ଟକୁ ଅଗଷ୍ଟ ୩୧ ସୁଦ୍ଧା ରାୟ ପ୍ରକାଶ କରିବାକୁ କହିଥିଲେ । ହେଲେ ଆଜି ଏହାକୁ ସେପ୍ଟେମ୍ବର ୩୦କୁ ବୃଦ୍ଧି କରିଛନ୍ତି ।

୧୯୯୨ ମସିହା ଡିସେମ୍ବର ୬ରେ ବାବ୍ରୀ ମସଜିଦ ଭଙ୍ଗା ଯାଇଥିଲା । ଏହି ମାମଲାର ଅଭିଯୁକ୍ତ ତାଲିକାରେ ବରିଷ୍ଠ ବିଜେପି ନେତା ଲାଲକୃଷ୍ଣ ଆଡଭାନୀ, ଉମା ଭାରତୀ ଓ ମୁରଲୀ ମନହୋର ଯୋଶୀ ଭଳି ବ୍ୟକ୍ତି ଅଛନ୍ତି । ପୂର୍ବରୁ କୋର୍ଟରେ ଏମାନଙ୍କ ବୟାନ ରେକର୍ଡ ହୋଇ ସାରିଛି ।

Leave A Reply

Your email address will not be published.