Latest Odisha News

BREAKING NEWS

ୟୁକ୍ରେନକୁ ଚୋରାରେ ରକେଟ ସପ୍ଲାଇ କରୁଛି କି ପାକିସ୍ତାନ ?

କୀଭ:ରୁଷ-ୟୁକ୍ରେନ ଯୁଦ୍ଧରୁ ଫାଇଦା ନେବାକୁ ଚେଷ୍ଟା କରୁଛି ପାକିସ୍ତାନ । ରିପୋର୍ଟ ମୁତାବକ ପାକିସ୍ତାନ ସରକାର ଚୋରାରେ ୟୁକ୍ରେନକୁ ରକେଟ ସପ୍ଲାଇ କରୁଛି । ଜର୍ମାନୀ ଓ ପୋଲାଣ୍ଡ ରାସ୍ତା ଦେଇ ପାକିସ୍ତାନ ୧୦ ହଜାର ରକେଟ ପଠାଇଥିବା ଅନୁମାନ କରାଯାଉଛି । ରୁଷ ପକ୍ଷରୁ ଏ ନେଇ କୌଣସି ବୟାନ ଜାରୀ କରାଯାଇ ନାହିଁ । ଯଦି ଏହା ପ୍ରମାଣିତ ହୁଏ ତାହାହେଲେ ପାକିସ୍ତାନ ସିଧାସଳଖ ରୁଷର ଆକ୍ରୋଶର ଶୀକାର ହେବ । ଗୋଟିଏ ପଟେ ରୁଷରୁ ଶସ୍ତା ତେଲ କିଣିବାକୁ ପାକିସ୍ତାନ ଚାହୁଁଥିବା ବେଳେ ଅନ୍ୟ ପଟେ ୟୁକ୍ରେନକୁ ରକେଟ ସପ୍ଲାଇ କରୁଛି । ଇକୋନୋମିକ୍ସ ଟାଇମ୍ସରେ ପ୍ରକାଶିତ ରିପୋର୍ଟ ଅନୁସାରେ ପାକିସ୍ତାନରୁ ପ୍ରଥମେ ଜର୍ମାନୀକୁ ଏହି ରକେଟ ପଠାଯାଉଛି ।

ଏହା ପରେ ଜର୍ମାନୀ-ପୋଲାଣ୍ଡ ରାସ୍ତା ଦେଇ ୟୁକ୍ରେନ ସେନା ପାଖରେ ପଂହଚାଯାଉଛି । ପାକିସ୍ତାନ ସହ ପୂର୍ବରୁ ରୁଷ ଶସ୍ତା ତେଲ କାରୋବାର କରିବ ନାହିଁ ବୋଲି କହିଛି । ଦୂରଦୃଷ୍ଟିର ଅଭାବ ଯୋଗୁ ପାକିସ୍ତାନ ଧୀରେ ଧୀରେ ଅନ୍ୟ ସମସ୍ତ ଦେଶ ନିକଟରେ ବିଶ୍ୱାସର ପାତ୍ର ହୋଇପାରୁ ନାହିଁ ।

Comments are closed.