Latest Odisha News

BREAKING NEWS

Operation Sindoor: ଉରି ଜଳବିଦ୍ୟୁତ କେନ୍ଦ୍ରକୁ ଟାର୍ଗେଟ କରିଥିଲା ପାକିସ୍ତାନ; CISF ଏହିପରି କରିଥିଲେ ପଣ୍ଡ

ନୂଆଦିଲ୍ଲୀ: ଭାରତ ଅପରେସନ ସିନ୍ଦୂର ଆରମ୍ଭ କରିବାର କିଛି ଘଣ୍ଟା ପରେ, ପାକିସ୍ତାନୀ ସେନା ଜମ୍ମୁ ଏବଂ କାଶ୍ମୀରର ଉରିରେ ଏଲଓସି ନିକଟରେ ଏକ ଜଳବିଦ୍ୟୁତ କେନ୍ଦ୍ର(Uri Hydro Electric Project)କୁ ଟାର୍ଗେଟ କରିବାକୁ ଚେଷ୍ଟା କରିଥିଲା। ପ୍ଲାଣ୍ଟକୁ ସୁରକ୍ଷା ଦେବା ପାଇଁ ନିୟୋଜିତ ସିଆରପିଏଫ କର୍ମଚାରୀମାନେ ଆକ୍ରମଣକୁ ପଣ୍ଡ କରିଥିଲେ, ମଙ୍ଗଳବାର ଦିନ ସିଆରପିଏଫ ଏହି ସୂଚନା ଦେଇଛନ୍ତି ।

ସେହି ରାତିରେ ଉରି ଜଳ ବିଦ୍ୟୁତ୍ ପ୍ରକଳ୍ପରେ ଡ୍ୟୁଟିରେ ନିୟୋଜିତ ୧୯ ଜଣ ଯବାନଙ୍କୁ ମହାନିର୍ଦ୍ଦେଶକଙ୍କ ଡିସ୍କ ଦେବା ପରିପ୍ରେକ୍ଷୀରେ CISFର ଏହି ବିବୃତ୍ତିରେ ଆସିଛି। ପାକିସ୍ତାନରୁ ଗୁଳିଚାଳନା ମଧ୍ୟରେ ଏହି ଯବାନମାନେ ପ୍ରତିଷ୍ଠାନକୁ ଟାର୍ଗେଟ କରୁଥିବା ଡ୍ରୋନକୁ ନିଷ୍କ୍ରିୟ କରିଥିଲେ ଏବଂ ସାଧାରଣ ଲୋକଙ୍କୁ ସୁରକ୍ଷିତ ଭାବରେ ସ୍ଥାନାନ୍ତର କରିଥିଲେ ।

ମଙ୍ଗଳବାର ଦିନ ନୂଆଦିଲ୍ଲୀର CISF ମୁଖ୍ୟାଳୟରେ ୧୯ଜଣ କର୍ମଚାରୀଙ୍କୁ DG ଡିସ୍କ ପ୍ରଦାନ କରାଯାଇଥିଲା। ଏହି ସମସ୍ତ ଯବାନ ସେହି ରାତିରେ ଉରି ଜଳ ବିଦ୍ୟୁତ୍ ପ୍ରକଳ୍ପ (UHEP-I ଏବଂ II) ରେ ଡ୍ୟୁଟିରେ ଥିଲେ।

ସୂଚନା ଦେଇ CISF କହିଛନ୍ତି ଯେ ୬-୭ ମେ ରାତିରେ ଭାରତୀୟ ସେନା ଦ୍ୱାରା ପାକିସ୍ତାନରେ ଥିବା ଆତଙ୍କବାଦୀ ଆଡ୍ଡାଗୁଡ଼ିକୁ ଟାର୍ଗେଟ କରାଯାଇଥିଲା। ଏହା ପରେ, ପାକିସ୍ତାନୀ ସେନା ଭାରତୀୟ ଅଞ୍ଚଳରେ ପ୍ରବଳ ଗୁଳିଚାଳନା ଆରମ୍ଭ କରିଦେଇଥିଲା, ଯାହା ଉରି ଜଳବିଦ୍ୟୁତ ପ୍ରକଳ୍ପ ସମେତ ଗୁରୁତ୍ୱପୂର୍ଣ୍ଣ ପ୍ରତିଷ୍ଠାନର ସୁରକ୍ଷାକୁ ବିପଦରେ ପକାଇଥିଲା। ଆଖପାଖରେ ଥିବା ସାଧାରଣ ଜନତା ବିପଦରେ ପଡ଼ିଥିଲେ। ନିୟନ୍ତ୍ରଣ ରେଖାରୁ ମାତ୍ର କିଛି କିଲୋମିଟର ଦୂରରେ ଥିବା NHPC ପ୍ରତିଷ୍ଠାନରେ CISF ୟୁନିଟଗୁଡ଼ିକ ପରିସ୍ଥିତିର ମୁକାବିଲା କରିବା ପାଇଁ ପ୍ରଥମେ ପହଞ୍ଚି ଥିଲେ।

CISF ଅନୁଯାୟୀ, ସେତେବେଳେ ଦଳର ନେତୃତ୍ୱ କମାଣ୍ଡର ରବି ଯାଦବ ନେଇଥିଲେ। CISF ଯବାନମାନେ ପ୍ରଥମେ ଡ୍ରୋନ ଆକ୍ରମଣକୁ ପଣ୍ଡ କରିଥିଲେ । ଯେତେବେଳେ ଲୋକଙ୍କୁ ଘରକୁ ଟାର୍ଗଟ କରିଥିଲା ପାକିସ୍ତାନ, ଯବାନମାନେ ଗୋଟିଏ ଗୋଟିଏ ଘରକୁ ଯାଇ ପ୍ରାୟ ୨୫୦ଜଣ ସାଧାରଣ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିଥିଲେ।

ଏହି ଅଭିଯାନ ବିଷୟରେ ଅବଗତ ଜଣେ ଅଧିକାରୀ କହିଛନ୍ତି ଯେ ନିୟନ୍ତ୍ରଣ ରେଖା ନିକଟରେ ଥିବାରୁ, ପାକିସ୍ତାନ ପ୍ରଥମେ ଉରି ପ୍ରକଳ୍ପକୁ ଟାର୍ଗେଟ କରିଥିଲା, କିନ୍ତୁ ସେମାନଙ୍କର ସମସ୍ତ ପ୍ରୟାସ ବିଫଳ ହୋଇଥିଲା।

Comments are closed.