Latest Odisha News

ଚେପକ, ଇଡେନରେ ବିଶ୍ୱକପ ମ୍ୟାଚ ଖେଳିବାକୁ ଚାହୁଁଛି ପାକିସ୍ତାନ

ନୂଆଦିଲ୍ଲୀ: ଚଳିତ ବର୍ଷ ଅକ୍ଟୋବର-ନଭେମ୍ବରରେ ଭାରତରେ ଦିନିକିଆ ବିଶ୍ୱକପ କ୍ରିକେଟ ଆୟୋଜିତ ହେବ । ଏଥିପାଇଁ ଭାରତ ୧୨ଟି ଭେନ୍ୟୁ ଶର୍ଟଲିଷ୍ଟ କରିଛି । ସେଗୁଡିକ ହେଲା- ଚେନ୍ନାଇ, କୋଲକାତା, ଅହମ୍ମଦାବାଦ,ଲକ୍ଷ୍ନୌ, ମୁମ୍ବାଇ, ରାଜକୋଟ, ବାଙ୍ଗାଲୋର, ଦିଲ୍ଲୀ, ଇନ୍ଦୋର, ଗୌହାଟୀ, ହାଇଦ୍ରାବାଦ ଓ ଧର୍ମଶାଳା । ପାକିସ୍ତାନ କ୍ରିକେଟ ବୋର୍ଡ ଭାରତର ଇଡେନଗାର୍ଡେନ ଓ ଚେପକରେ ମ୍ୟାଚ ଖେଳିବା ନେଇ ଆଇସିସି ନିକଟରେ ଆଗ୍ରହ ପ୍ରକାଶ କରିଛି । ଅବଶ୍ୟ ଏ ନେଇ ଚୂଡାନ୍ତ ନିଷ୍ପତି ବିସିିଆଇଆଇ ନେବ । ଭାରତୀୟ ବୋର୍ଡର ଜନୈକ ଅଧିକାରୀ ନାମ ପ୍ରକାଶ ନ କରିବାକୁ କହି ସୂଚନା ଦେଇଛନ୍ତି ଯେ, ପାକିସ୍ତାନ ବିପକ୍ଷ ମ୍ୟାଚ ୨ଟି ସ୍ଥାନରେ ହୋଇପାରେ । ଏଥିପାଇଁ ଉତରାଂଚଳ ଓ କେନ୍ଦ୍ରାଂଚଳର କୌଣସି ଏକ ଭେନ୍ୟୁ ଚୟନ କରାଯାଇପାରେ ।

ଯଦି ଏହା ହୁଏ ତାହାହେଲେ ଚେପକ ଓ ଦିଲ୍ଲୀରେ ଯେତେଦୂର ସମ୍ଭବ ମ୍ୟାଚ ଖେଳାଯାଇପାରେ । ପୂର୍ବରୁ ଭାରତ ଯଦି ଏସିଆ କପ ପାଇଁ ପାକିସ୍ତାନ ନ ଆସିବ ତାହାହେଲେ ବିଶ୍ୱକପ ଖେଳିବ ନାହିଁ ବୋଲି ଧମକ ଦେଉଥିଲା । ବିସିସିଆଇର ପ୍ରଭାବ ହୃଦୟଙ୍ଗମ କରିବା ପରେ ଏବେ ଆଉ ଭାରତରେ ବିଶ୍ୱକପ ଖେଳିବ ନାହିଁ ନିଷ୍ପତିରୁ ଓହରି ଯାଇଛି । ୨୦୧୬ରେ ପାକିସ୍ତାନ ଶେଷଥର ଭାରତରେ ଖେଳିଥିଲା । ଇଡେନଗାର୍ଡେନରେ ଖେଳାଯାଇଥିବା ଟି୨୦ ବିଶ୍ୱକପର ଏକ ମ୍ୟାଚରେ ଭାରତ ୬ୱିକେଟରେ ବିଜୟ ହାସଲ କରିଥିଲା ।

Leave A Reply

Your email address will not be published.