ଇସଲାମାବାଦ: ପାକିସ୍ତାନରେ ରାତିରେ ଅଚାନକ ପଳାଇଗଲା ବିଜୁଳି । ଅନ୍ଧରରେ ରହିଲା ଅନେକ ପ୍ରମୁଖ ସହର । ଗତକାଲି ଗୁରୁତର ବିଜୁଳି ବିଭ୍ରାଟ ହୋଇଛି । କରାଚି, ଲାହୋର, ଇସ୍ଲାମାବାଦ, ରାୱଲପିଣ୍ଡି, ମୁଲତାନ୍ ଓ ଅନ୍ୟ ସହରରେ ଲୋକ ଅନ୍ଧାରରେ ରାତି କାଟିଥିଲେ । ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ, ପାକିସ୍ତାନ ଅଧିକୃତ କଶ୍ମୀରରେ ମଧ୍ୟ ବିଜୁଳି ବିଭ୍ରାଟର ପ୍ରଭାବ ପଡ଼ିଥିଲା । ବାଧାପ୍ରାପ୍ତ ହୋଇଥିଲା ମୋବାଇଲ୍ ଓ ଇଣ୍ଟରନେଟ୍ ସେବା ।
କରାଚିରେ ଥିବା ଜିନ୍ନା ଆନ୍ତର୍ଜାତିକ ବିମାନ ବନ୍ଦର ବି ବିଜୁଳି ବିଭ୍ରାଟ ଯୋଗୁଁ ବିଶେଷ ପ୍ରଭାବିତ ହୋଇଥିଲା । ପାକିସ୍ତାନ ଶକ୍ତି ମନ୍ତ୍ରାଳୟ କହିଥିଲା, ପାୱର ଟ୍ରାନ୍ସମିଶନ ସିଷ୍ଟମର ଫ୍ରିକ୍ୱେନ୍ସୀରେ ହଠାତ୍ ହ୍ରାସ ପାଇବା କାରଣରୁ ଦେଶବ୍ୟାପୀ ବ୍ଲାକଆଉଟ୍ ହୋଇଯାଇଥିଲା । ଏହି ଯାନ୍ତ୍ରିକ ତ୍ରୁଟି ରାତି ପ୍ରାୟ ୧୧.୪୧ ମିନିଟରେ ହୋଇଥିଲା ।
ଏହାର କିଛି ସମୟ ପରେ ଟ୍ୱିଟରରେ #blackout ଟ୍ରେଣ୍ଡ କରିବାକୁ ଲାଗିଥିଲା । ୟୁଜର୍ସ ପାକିସ୍ତାନର ବ୍ଲାକଆଉଟର ମଜା ଉଡାଇଥିଲେ । ପୂର୍ବରୁ ୨୦୧୫ ମସିହାରେ ପାକିସ୍ତାନରେ ବ୍ଲାକଆଉଟ୍ ହୋଇଥିଲା ।
Comments are closed.