Latest Odisha News

ହାଇଭୋଲଟେଜ ଫାଇଟ : ଟସ୍ ଜିତିଲା ପାକ୍, ଭାରତ କରୁଛି ବୋଲିଂ

ଦୁବାଇ: ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଭାରତ ଓ ପାକିସ୍ତାନ ମଧ୍ୟରେ ଆଜି ମହା ମୁକାବିଲା । ମ୍ୟାଚରେ ଟସ୍‌ ଜିତି ପାକିସ୍ତାନ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିବା ବେଳେ ଭାରତ ବୋଲିଂ କରିବାକୁ ପଡ଼ିଆକୁ ଓହ୍ଲାଇଛି।

ବାଂଲାଦେଶ ବିପକ୍ଷରେ ଭାରତର ଅନ୍ତିମ ଏକାଦଶ ଯାହା ଥିଲା ଆଜି ମଧ୍ୟ ପାକିସ୍ତାନ ବିପକ୍ଷରେ ଭାରତର ଦଳ ସମାନ ରହିଛି ।

ଭାରତ ଦଳ:-
ରୋହିତ ଶର୍ମା (କ୍ୟାପଟେନ), ଶୁଭମନ ଗିଲ (ଉପ-ଅଧିନାୟକ), ବିରାଟ କୋହଲି, ଶ୍ରେୟସ୍ ଆୟର, ଅକ୍ଷର ପଟେଲ, କେ.ଏଲ୍ ରାହୁଲ, ହାର୍ଦ୍ଦିକ ପାଣ୍ଡ୍ୟା, ରବିନ୍ଦ୍ର ଜାଡେଜା, କୁଲଦୀପ ଯାଦବ, ମହମ୍ମଦ ଶାମି, ହର୍ଷିତ ରାଣା ।

ପାକିସ୍ତାନ ଦଳରେ ଗୋଟିଏ ପରିବର୍ତ୍ତନ ହୋଇଛି । ଫଖରଙ୍କ ବଦଳରେ ଇମାମ ଏକାଦଶ ଦଳରେ ଅଛନ୍ତି ।

ପାକିସ୍ତାନ ଦଳ:
ଇମାମ ଉଲ ହକ୍, ବାବର ଆଜମ, ସାଉଦ ସକିଲ, ମହମ୍ମଦ ରିଜଓ୍ବାନ (ଅଧିନାୟକ), ସଲମାନ ଆଘା, ତୟାବ ତାହିର, ଖୁସଦିଲ ଶାହ, ସାହିନ ଆଫ୍ରିଦି, ନସିମ ଶାହ, ହ୍ୟାରିସ ରୌଫ, ଅବରାର ଆହମ୍ମଦ ।

 

ପାକିସ୍ତାନ ପାଇଁ କର ବା ମର ପରିସ୍ଥିତି । ପ୍ରଥମ ମ୍ୟାଚରେ ନ୍ୟୁଜିଲାଣ୍ଡଠାରୁ ହାରିଥିବା ପାକିସ୍ତାନ ଆଜିର ମ୍ୟାଚ ଜିତି ଟୁର୍ଣ୍ଣାମେଣ୍ଟରେ ସ୍ଥାନ ବଜାୟ ରଖିବାକୁ ଚେଷ୍ଟା କରିବ । ସେହିଭଳି ଭାରତ ପାକକୁ ହରାଇ ସେମିରେ ପ୍ରବେଶ କରିବାକୁ ଚେଷ୍ଟା କରିବ ।

 

Comments are closed.