Latest Odisha News

BREAKING NEWS

ପାସପୋର୍ଟ ରାଙ୍କିଙ୍ଗରେ ସବୁଠୁ ଖରାପ ପାକିସ୍ତାନ, ଭାରତର ସ୍ଥାନ କେଉଁଠି?

ନୂଆଦିଲ୍ଲୀ: ଜର୍ମାନୀ, ଫ୍ରାନ୍ସ, ଇଟାଲୀ, ଜାପାନ, ସିଙ୍ଗାପୁର ଏବଂ ସ୍ପେନରେ ବିଶ୍ୱର ସବୁଠାରୁ ପ୍ରଭାବଶାଳୀ ପାସପୋର୍ଟ ରହିଛି । ସବୁଠାରୁ ପ୍ରଭାବଶାଳୀ ପାସପୋର୍ଟ କ୍ଷେତ୍ରରେ ଏହି ୬ଟି ଦେଶ ପ୍ରଥମ ସ୍ଥାନରେ ଥିବା ବେଳେ ପାକିସ୍ତାନରେ ସ୍ଥିତି ଅତ୍ୟନ୍ତ ଖରାପ ରହିଛି। ପାକିସ୍ତାନ ଏହି ତାଲିକାରେ ତଳରୁ ଚତୁର୍ଥ ସ୍ଥାନରେ ରହିଛି। ହେନଲି ପାସପୋର୍ଟ ଇଣ୍ଡେକ୍ସ ଅନୁସାରେ ଜାଣନ୍ତୁ ପ୍ରଭାବଶାଳୀ ପାସପୋର୍ଟ କ୍ଷେତ୍ରରେ ଭାରତ କେଉଁ ସ୍ଥାନରେ ରହିଛି ।

ହେନଲି ପାସପୋର୍ଟ ଇଣ୍ଡେକ୍ସ ଅନୁଯାୟୀ ଜର୍ମାନୀ, ଫ୍ରାନ୍ସ, ଇଟାଲୀ, ଜାପାନ, ସିଙ୍ଗାପୁର ଏବଂ ସ୍ପେନ ପ୍ରଥମ ସ୍ଥାନରେ ଅଛନ୍ତି, ଏହି ଦେଶଗୁଡ଼ିକରେ ୧୯୪ଟି ଦେଶକୁ ଭିସା ମୁକ୍ତ ବା ଭିସା ଅନ ଆରାଇଭାଲ୍ ସୁବିଧା ରହିଛି। ଫିନଲାଣ୍ଡ, ଦକ୍ଷିଣ କୋରିଆ ଓ ସ୍ୱିଡେନ୍ ଦ୍ବିତୀୟ ସ୍ଥାନରେ ଥିବା ବେଳେ ୧୯୩ଟି ଦେଶ ଭିସା ମୁକ୍ତ ବା ଭିସା ଅନ ଆରାଇଭାଲ୍ ପାଇଛନ୍ତି। ଆମେରିକା ହେଉଛି ୭ ନମ୍ବର ଯାହାର ପାସପୋର୍ଟ ୧୮୮ଟି ଦେଶରେ ଭିସା ମୁକ୍ତ ବା ଭିସା ଅନ ଆରାଇଭାଲ ।

ପାକିସ୍ତାନ ବିଷୟରେ କହିବାକୁ ଗଲେ ତଳରୁ ଚତୁର୍ଥ, ୧୦୧ ନମ୍ବରରେ ପହଞ୍ଚିଛି ପାକିସ୍ତାନର ପାସପୋର୍ଟରେ ୩୪ଟି ଦେଶରେ ଭିସା ମୁକ୍ତ ହେବାର ବିକଳ୍ପ ରହିଛି । ପାକିସ୍ତାନ ବ୍ୟତୀତ ଇରାକ, ସିରିଆ ଏବଂ ଆଫଗାନିସ୍ତାନ ହେଉଛି ସେହି ଦେଶ ଯାହାର ପାସପୋର୍ଟ ସବୁଠାରୁ ଖରାପ । ସବୁଠାରୁ ଖରାପ ପାସପୋର୍ଟ ମାମଲାରେ ଆଫଗାନିସ୍ତାନ ସର୍ବନିମ୍ନ ସ୍ଥାନରେ ରହିଛି।

ବିଶ୍ୱର ସବୁଠାରୁ ପ୍ରଭାବଶାଳୀ ପାସପୋର୍ଟ ତାଲିକାରେ ଭାରତ ୮୦ତମ ସ୍ଥାନରେ ରହିଛି। ଭାରତ ସହ ଉଜବେକିସ୍ତାନ ମଧ୍ୟ ୮୦ ନମ୍ବର ସ୍ଥାନରେ ରହିଛି, ଯେଉଁଥିପାଇଁ ୬୨ଟି ଦେଶରେ ଭିସା ଫ୍ରି ବା ଭିସା ଅନ ଆରାଇଭାଲ୍ ଉପଲବ୍ଧ ରହିଛି। ମାଲେସିଆ, ମାଡାଗାସ୍କର, ମାଳଦ୍ୱୀପ ସମେତ ୬୧ଟି ଦେଶ ଭାରତୀୟ ପାସପୋର୍ଟରେ ଭିସା ମୁକ୍ତ ବା ଭିସା ଅନ ଆରାଇଭାଲ୍ ସୁବିଧା ପ୍ରଦାନ କରୁଛନ୍ତି। ମାଳଦ୍ୱୀପ ବିଷୟରେ କହିବାକୁ ଗଲେ ମାଳଦ୍ୱୀପର ପାସପୋର୍ଟକୁ ଏହି ତାଲିକାରେ ୫୮ତମ ସ୍ଥାନ ମିଳିଛି, ଏଠାରେ ପାସପୋର୍ଟ ବିନା ଭିସା କିମ୍ବା ଭିସା ଅନ ଆରାଇଭାଲରେ ୯୩ଟି ସ୍ଥାନକୁ ଯିବାର ସୁବିଧା ପାଉଛି ।

୨୦୨୩ ମସିହାରେ ଭାରତ ଏହି ତାଲିକାରେ ୮୩ତମ ସ୍ଥାନରେ ଥିଲା, ଯେତେବେଳେ ଭାରତକୁ ପାସପୋର୍ଟରେ ୫୮ଟି ଦେଶରେ ଭିସା ମୁକ୍ତ କିମ୍ବା ଭିସା ଅନ ଆରାଇଭାଲ୍ ସୁବିଧା ମିଳୁଥିଲା। ଗତବର୍ଷ ପାକିସ୍ତାନ ୧୦୨ତମ ସ୍ଥାନରେ ଥିବା ବେଳେ ଭାରତ ଏହି ମାନ୍ୟତାରେ ଉନ୍ନତି ଆଣିଛି।

Leave A Reply

Your email address will not be published.