ଦୁବାଇ: ଚାମ୍ପିଅନ୍ସ ଟ୍ରଫି ୨୦୨୫ ପାଇଁ ଗତ ରବିବାର ଦିନ ଭାରତ-ପାକିସ୍ତାନ ମ୍ୟାଚ୍ ଖେଳାଯାଇଥିବା ବେଳେ ଏହାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି ଭିଡିଓରେ ଜଣେ ପାକିସ୍ତାନୀ ପ୍ରଶଂସକ ତାଙ୍କ ଦେଶର ଜର୍ସି ଉପରେ ଟିମ୍ ଇଣ୍ଡିଆର ଜର୍ସି ପିନ୍ଧୁଥିବାର ଦେଖାଯାଉଛି।
ମ୍ୟାଚର ପ୍ରଥମ ଇନିଂସରେ ପାକିସ୍ତାନୀ ପ୍ରଶଂସକ ଜଣକ ତାଙ୍କ ଜର୍ସି ବଦଳାଇ ଦେଇଥିଲେ। ସୂଚନା ଅନୁଯାୟୀ ଟିମ୍ ଇଣ୍ଡିଆ ପ୍ରାରମ୍ଭରୁ ହିଁ ଦମଦାର ପ୍ରଦର୍ଶନ କରିଥିଲା। ଟିମ୍ ଇଣ୍ଡିଆ ୫୦ ରନ୍ ମଧ୍ୟରେ ପାକିସ୍ତାନର ପ୍ରଥମ ଦୁଇଟି ୱିକେଟ୍ ନେଇଯାଇଥିଲା। ଏହା ପରେ ଅଧିନାୟକ ମହମ୍ମଦ ରିଜୱାନ ଏବଂ ସୌଦ ଶକିଲ ଶତକୀୟ ଭାଗୀଦାରି କରି ପାକିସ୍ତାନର ସ୍ଥିତି ସୁଧାରିବାକୁ ଚେଷ୍ଟା କରିଥିଲେ। କିନ୍ତୁ ବେଶୀ ସମୟ ପିଚରେ ଛିଡା ହୋଇ ପାରିନଥିଲେ।
ତେବେ ପାକିସ୍ତାନର ଗୋଟିଏ ପରେ ଗୋଟିଏ ୱିକେଟ୍ ପତନ ହେବାରୁ ଜଣେ ପାକିସ୍ତାନୀ ପ୍ରଶଂସକ ଷ୍ଟାଡିୟମରେ ହିଁ ତାଙ୍କ ଜର୍ସି ବଦଳାଇ ଦେଇଥିଲେ। ଏପରିକି ପାକିସ୍ତାନର ଜର୍ସି ଉପରେ ଟିମ୍ ଇଣ୍ଡିଆର ଜର୍ସି ପିନ୍ଧିଥିଲେ।
ଅଧିକ ପଢନ୍ତୁ:- କୋହଲିଙ୍କ ୫୧ତମ ଶତକ, ପାକିସ୍ତାନକୁ ହରାଇଲା ଭାରତ
Comments are closed.