Latest Odisha News

BREAKING NEWS

ଜମ୍ମୁ କଶ୍ମୀରରେ ଅନୁପ୍ରବେଶ ଉଦ୍ୟମ ପଣ୍ଡ କଲା ଭାରତୀୟ ସେନା, ପାକିସ୍ତାନୀ ଆତଙ୍କବାଦୀ ନିହତ

ଜମ୍ମୁ କଶ୍ମୀର : ଜମ୍ମୁ କଶ୍ମୀରରେ ପୁଣି ଆତଙ୍କବାଦୀଙ୍କ ଅନୁପ୍ରବେଶ ଉଦ୍ୟମକୁ ପଣ୍ଡ କଲା ଭାରତୀୟ ସେନା । ଗୁରୁବାର ବିଳମ୍ବିତ ରାତିରେ ପୋଞ୍ଚ ଅନ୍ତର୍ଗତ ଭୀମବର୍ ଗଲି ଅଞ୍ଚଳରେ ନିୟନ୍ତ୍ରଣ ରେଖା ଅନୁପ୍ରବେଶ ଉଦ୍ୟମକୁ ଭଣ୍ଡୁର କଲେ ଭାରତୀୟ ସେନାର ଯବାନ । ଭାରତୀୟ ଯବାନ ମାନେ ଆତଙ୍କବାଦୀଙ୍କୁ ହତ୍ୟା କରିଛନ୍ତି । ଏନେଇ ପ୍ରତୀରକ୍ଷା ମୁଖପାତ୍ର ସୂଚନା ଦେଇଛନ୍ତି ।

ଆତଙ୍କବାଦୀମାନେ ଅନୁପ୍ରବେଶ କରିବାକୁ ଉଦ୍ୟମ କରୁଥିବା ଖବର ପାଇବା ପରେ ଭାରତୀୟ ଯବାନ ତାର କଡା ଜବାବ ଦେବା ସହ ଜଣେ ଆତଙ୍କବାଦୀକୁ ନିପାତ କରିଥିଲେ । ଘଟଣା ସ୍ଥଳରୁ ଆତଙ୍କବାଦୀ ମୃତ ଦେହ ,ଅସ୍ତ୍ରଶସ୍ତ୍ର ଓ ଗୁଳି ଜବତ କରାଯାଇଛି ବୋଲି ସୂଚନା ମିଳିଛି ।

Leave A Reply

Your email address will not be published.