Latest Odisha News

BREAKING NEWS

ରାଜ୍ୟ ପୋଲିସ ମୁଖ୍ୟ କାର୍ଯ୍ୟାଳୟରେ ସମ୍ବିଧାନ ଦିବସ ପାଳିତ

ଭୁବନେଶ୍ୱର: ଜାତୀୟ ସମ୍ବିଧାନ ଦିବସ ପାଳନ ଅବସରରେ ରାଜ୍ୟ ପୋଲିସ ମୁଖ୍ୟ କାର୍ଯ୍ୟାଳୟ ପରିସରରେ ଏକ ଶପଥ ପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟଅତିଥିଭାବେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ଅଭୟ ଯୋଗଦେଇ ସମ୍ବିଧାନ ଦିବସର ଶପଥପାଠ କରାଇଥିଲେ ।

ଭାରତର ପ୍ରଭୂତା, ଏକତା ଓ ଅଖଣ୍ଡତାକୁ ବଜାୟ ରଖିବା, ଦେଶର ରକ୍ଷା, ରାଷ୍ଟ୍ରର ସେବା, ଧର୍ମଗତ, ଭାଷାଗତ ଓ ଆଞ୍ଚଳିକ ଭେଦଭବାରୁ ଉଦ୍ଧ୍ୱର୍ରେ ରହି ଭାରତବାସୀଙ୍କ ମଧ୍ୟରେ ଏକତା ଓ ଭାତୃଭାବ ବିକାଶ ଘଟାଇବା । ଏହାସହ ମହିଳାଙ୍କ ସମ୍ମାନ ରକ୍ଷା କରିବା,ଭାରତ ସଂଯୁକ୍ତ ସଂସ୍କୃତିର ଗୌରବଶାଳୀ ପରମ୍ପରାର ପରିକ୍ଷଣ କରିବା, ବୈଜ୍ଞାନିକ ଦୃଷ୍ଟିକୋଣ, ମାନବଭାବ ତଥା ସଂସ୍କାର ଭାବନାର ବିକାଶ କରିବା, ଦେଶର ସାର୍ବଜନୀନ ସମ୍ପତ୍ତିର ସୁରକ୍ଷା କରିବା, ୬ରୁ ୧୪ବର୍ଷ ପର୍ଯ୍ୟନ୍ତ ପିଲାମାନଙ୍କୁ ପାଠ ପଢ଼ିବାର ସୁଯୋଗ ଦେବା, ସମ୍ବିଧାନ, ରାଷ୍ଟ୍ରୀୟ ପତାକା ଓ ରାଷ୍ଟ୍ରୀୟ ସଙ୍ଗୀତକୁ ସମ୍ମାନ ପ୍ରଦର୍ଶନ କରିବାକୁ ଡ଼ିଜି ଶ୍ରୀ ଅଭୟ ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କୁ ଶପଥ ପାଠ କରାଇଥିଲେ ।

କାର୍ଯ୍ୟକ୍ରମରେ ଅତିରିକ୍ତ ଡ଼ିଜି(ଆଇନ ଓ ଶୃଙ୍ଖଳା) ଆର.କେ ଶର୍ମା, ଆଇଜି (ହେଡ଼କ୍ୱାର୍ଟର) ଏସ୍.ଦେବଦତ ସିଂ, ଆଇଜି(ପ୍ରୋଭିଜନିଂ) ଯତୀନ୍ଦ୍ର କୋୟଲ, ଆଇଜି(ପର୍ସୋନେଲ) ପ୍ରବୀଣ କୁମାର, ଆଇଜି(କ୍ରାଇମବ୍ରାଞ୍ଚ) ଅମିତେନ୍ଦ୍ର ନାଥ ସିହ୍ନା, ଏଆଇଜି(ପ୍ରୋଭିଜନିଂ) ଅଶୋକ ମହାନ୍ତିଙ୍କ ସମେତ ପୋଲିସ ମୁଖ୍ୟାଳୟର ସମସ୍ତ ପ୍ରଶାସନିକ ଅଧିକାରୀ, ସଂସ୍ଥା ଅଧିକାରୀ, ଉପବିଭାଗ ଅଧିକାରୀ, ସହକାରୀ ଉପବିଭାଗ ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ରହି ଶପଥ ପାଠ କରିଥିଲେ । ସହକାରୀ ଦୁର୍ଗପତି ପଙ୍କଜ କୁମାର ନାୟକ ଓ ସୁବେଦାର ଅଶୋକ କୁମାର ବେହେରା କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

Leave A Reply

Your email address will not be published.