Latest Odisha News

ଗୁପ୍ତଚର ପାରା ରହସ୍ୟ ଖୋଲିଲା

ନୂଆଦିଲ୍ଲୀ:ଜମ୍ମୁ-କଶ୍ମୀର କାଠୁଆ ଜିଲାରୁ ଧରାପଡିଥିବା ପାରା ରହସ୍ୟ ଖୋଲିଛି । ପାକିସ୍ତାନ ପକ୍ଷରୁ ଗୁପ୍ତଚର କାର୍ଯ୍ୟ ପାଇଁ ଏହାକୁ ନିୟୋଜିତ କରାଯାଉଥିବା ଅନୁମାନ କରାଯାଉଥିଲା । ତେବେ ଏହି ଅଭିଯୋଗକୁ ପାକିସ୍ତାନ ବାଗଶହକରଘର ଗ୍ରାମର ହବିବୁଲ୍ଲା ଖଣ୍ଡନ କରିଛନ୍ତି । ଏହି ପାରାଟି ମୋର ଏବଂ ମୋତେ ଏହା ହସ୍ତାନ୍ତର କରାଯାଉ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଅନୁରୋଧ କରିଛନ୍ତି ।

ମୁଁ ଏହାକୁ ଦୀର୍ଘ ଦିନ ଧରି ପୋଷିଥିଲି । ଇଦ୍ ଅବସରରେ ଉଡିବା ପାଇଁ ଛାଡିଥିଲେ ମାତ୍ର ସେ ଜମ୍ମୁ-କଶ୍ମୀର ସୀମାରେ ପ୍ରବେଶ କରିଥିଲା । ତା ଗୋଡରେ ବନ୍ଧା ଯାଇଥିବା ରିଙ୍ଗରେ ମୋ ଫୋନ ନମ୍ବର ରହିଛି ବୋଲି ସେ କହିଛନ୍ତି । ମୋ ପୋଷା ପାରାକୁ ସୁରକ୍ଷିତ ଓ ସମ୍ମାନର ସହ ଫେରାଯାଉ ବୋଲି ହବିବୁଲ୍ଲା ଅନୁରୋଧ କରିଛନ୍ତି ।

Leave A Reply

Your email address will not be published.