Latest Odisha News

BREAKING NEWS

ପାକିସ୍ତାନରେ ରହୁଛି ଟ୍ରମ୍ପଙ୍କ ଝିଅ, ଭିଡିଓ ଭାଇରାଲ୍

ଭୁବନେଶ୍ୱର: ମିଥ୍ୟା ବୟାନ ପାଇଁ ବେଶ ଜଣାଶୁଣା ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ନିକଟରେ ଡୋନାଲ୍ଡ ଜୋ ବାଇଡେନ୍‌ଙ୍କଠାରୁ ପରାସ୍ତ ହୋଇ ରାଷ୍ଟ୍ରପତି ପଦବୀ ହରାଇଥିଲେ । ହେଲେ ଏବେ ଟ୍ରମ୍ପଙ୍କ ସଂପର୍କିତ ପାକିସ୍ତାନର ଏକ ପୁରୁଣା ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଛି ।

ଏହି ଭିଡିଓରେ ବୁର୍ଖା ପିନ୍ଧିଥିବା ଅମ୍ମାରା ନାମକ ଜଣେ ଯୁବତୀ ନିଜକୁ ଡୋନାଲ୍ଡ ଟ୍ରମ୍ପଙ୍କ ଝିଅ ବୋଲି ଦାବି କରିଛନ୍ତି । ଏହି ଘଟଣାଟି ୨୦୧୮, ଡିସେମ୍ବରରେ ଘଟିଥିଲେ ବି ଚଳିତବର୍ଷ ସେପ୍ଟେମ୍ବର ୬’ରେ ପ୍ରଥମ ଥର ପାଇଁ ସାମ୍ନାକୁ ଆସିଥିଲା । ଯୁବତୀ ଜଣକ ସ୍ଥାନୀୟ ଗଣମାଧ୍ୟମ ଆଗରେ ବାରମ୍ବାର ଟ୍ରମ୍ପଙ୍କୁ ନିଜ ୱାଲିଦ୍ ବା ପ୍ରକୃତ ବାପା ବୋଲି ଦାବି କରିଥିଲେ ।

ଭିଡିଓ ଓ ଯୁବତୀଙ୍କ ସତ୍ୟତାକୁ ନେଇ କୌଣସି ସିଦ୍ଧାନ୍ତ ସାମ୍ନାକୁ ଆସିନି । ହେଲେ ବି ଲୋକେ ଏହି ଭିଡିଓଟିକୁ ସେୟାର କରିବା ପରେ ପୁଣିଥରେ ଏହା ଇଣ୍ଟରନେଟରେ ଭାଇରାଲ୍ ହୋଇଛି । ଅନ୍ୟପଟେ ଯୁବତୀଙ୍କ ମାନସିକ ସ୍ଥିତି ଠିକ ନାହିଁ ବୋଲି ଚର୍ଚ୍ଚା ଜୋର ଧରିଛି ।

Leave A Reply

Your email address will not be published.